ଜଗତସିଂହପୁର: ଆସୁଛି ଆଲୋକର ପର୍ବ ଦୀପାବଳୀ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି । ବଜାରରେ ବଢୁଛି ଦେଶୀ ଦୀପର ଚାହିଦା ।
ଆସୁଛି ଦୀପାବଳୀ,ବଢୁଛି ଦେଶୀ ଦୀପର ଚାହିଦା
ଆସୁଛି ଆଲୋକର ପର୍ବ ଦୀପାବଳୀ । ଜଗତସିଂହପରୁ ବଜାରରେ ଚାଇନା ଦୀପ ବଦଳରେ ମାଟି ଦୀପର ଚାହିଦା ବଢୁଛି । ଲୋକେ ମଧ୍ୟ ମାଟି ଦୀପ କିଣୁଥିବା ଦେଖବାକୁ ମିଳିଛି । ଅଧିକ ପଢନ୍ତୁ...
କୋରୋନାକୁ ନେଇ ସମସ୍ତ ପୂଜା ପାର୍ବଣ ଫିକା ପଡିଯାଇ ଥିଲେ ମଧ୍ୟ ଦୀପାବଳୀରେ ଘରେ ଦୀପ ଦାନ କରିବା ପାଇଁ ଆଗ୍ରହ ପ୍ରକାଶ ପାଉଛି । ସେଥିପାଇଁ ସହରର ବିଭିନ୍ନ ସ୍ଥାନରେ ମାଟି ଦୀପ ବିକ୍ରି ଆରମ୍ଭ ହୋଇଛି । ଲୋକେ ଚାଇନା ଦୀପ ବଦଳରେ ଦେଶୀ ମାଟି ଦୀପ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି । ଏହାର ସୁଯୋଗ ବି ଛାଡ଼ୁ ନାହାନ୍ତି ଦୀପ କାରିଗର ମାନେ ନିଜ ହାତରେ ମାଟିରେ ଦୀପ ତିଆରି କରି ବିକ୍ରି କରୁଛନ୍ତି । ଚାଇନା ଦୀପର ଦର ବଜାରରେ ବହୁତ କମ ରହୁଥିବାରୁ ଲୋକେ ଚାଇନା ଦୀପ କିଣୁଥିଲେ । କିନ୍ତୁ ଏବେ ଦେଶୀ ହାତ ତିଆରି ଦୀପ ଗୋଟିଏ ପ୍ରତି 1 ଟଙ୍କାରେ ଲୋକେ କିଣୁଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ