ଜଗତସିଂହପୁର: ଚଳିତ ବର୍ଷ 8 କୋଟି 52 ଲକ୍ଷ 94 ହଜାର 117 ମେଟ୍ରିକ ଟନ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ଜଗତସିଂହପୁର ଜିଲା ପ୍ରଶାସନ । ଜିଲାରେ 2020-21 ପାଇଁ ଆସନ୍ତା ଜାନୁୟାରୀ 5ରୁ ଧାନ ସଂଗ୍ରହ ନେଇ ଦିନ ଧାର୍ଯ୍ୟ କରାଯାଇଛି ।
ଜଗତସିଂହପୁର ଜିଲ୍ଲାରେ ମିଲରମାନଙ୍କ ସଂଖ୍ୟା କମ ରହିଥିବାରୁ ଜିଲ୍ଲା ବାହାରୁ ମିଲରମାନଙ୍କୁ ଧାନ ସଂଗ୍ରହ ପାଇଁ ଅନୁମତି ଦିଆଯିବ । ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ଜିଲା ଯୋଗାଣ ବିଭାଗ, ପ୍ରାଥମିକ କୃଷି ସମବାୟ ସମିତି, ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ଓ ନିଅନ୍ତ୍ରିତ ବଜାର କମିଟି ଜରିଆରେ ଚାଷୀ ସେମାନଙ୍କ ଧାନକୁ ବିକ୍ରି କରି ପାରିବେ । ଏହାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନ ଦିଆଯାଇଛି ।