ଓଡିଶା

odisha

By

Published : Jan 5, 2022, 10:52 PM IST

ETV Bharat / state

ଅଶାନ୍ତ ଢିଙ୍କିଆ, ବାହାରି ପାରୁନି ସମାଧାନର ବାଟ

ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତରେ ପ୍ରସ୍ତାବିତ ଜିନ୍ଦଲ ଷ୍ଟିଲ୍‌ ପ୍ରକଳ୍ପକୁ ନେଇ ବିବାଦ ଘନେଇବାରେ ଲାଗିଛି । ଗୋଟିଏ ପଟେ ଜୀବନଜୀବକା ନେଇ ସ୍ଥାନୀୟ ଲୋକଙ୍କ ପ୍ରକଳ୍ପକୁ ବିରୋଧ ଜାରି ରହିଛି । ଅଧିକ ପଢ଼ନ୍ତୁ

ଅଶାନ୍ତ ଢିଙ୍କିଆ, ବାହାରି ପାରୁନି ସମାଧାନର ବାଟ
ଅଶାନ୍ତ ଢିଙ୍କିଆ, ବାହାରି ପାରୁନି ସମାଧାନର ବାଟ

ଜଗତସିଂହପୁର: ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତରେ ପ୍ରସ୍ତାବିତ ଜିନ୍ଦଲ ଷ୍ଟିଲ୍‌ ପ୍ରକଳ୍ପକୁ ନେଇ ବିବାଦ ଘନେଇବାରେ ଲାଗିଛି । ଗୋଟିଏ ପଟେ ଜୀବନଜୀବକାକୁ ନେଇ ସ୍ଥାନୀୟ ଲୋକଙ୍କ ପ୍ରକଳ୍ପକୁ ବିରୋଧ । ଅନ୍ୟପଟେ ଶିଳ୍ପାୟନର ବିକାଶକୁ ଗୁରୁତ୍ୱ ଦେଇ ଢିଙ୍କିଆବାସୀଙ୍କୁ ପ୍ରକଳ୍ପର ଗୁରୁତ୍ବକୁ ବୁଝାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର ।

ଅଶାନ୍ତ ଢିଙ୍କିଆ, ବାହାରି ପାରୁନି ସମାଧାନର ବାଟ

ଏହାପୂର୍ବରୁ ପ୍ରସ୍ତାବିତ ଢିଙ୍କିଆ ଅଞ୍ଚଳରେ ୨୦୦୫ ମସିହାରେ ଷ୍ଟିଲ ପ୍ଲାଣ୍ଟ ପାଇଁ ରାଜ୍ୟ ସରକାର ପୋସ୍କୋ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲେ । ହେଲେ ଜମି ଅଧିଗ୍ରହଣ ଓ ବିସ୍ଥାପନକୁ ନେଇ ଅସନ୍ତୋଷଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିସ୍ଥାପନକୁ ନେଇ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ସଂଘର୍ଷରେ ଜୀବନହାନୀ ମଧ୍ୟ ହୋଇଥିଲା । ଶେଷରେ ପସ୍କୋକୁ ଫେରି ଯିବାକୁ ପଡ଼ିଥିଲା ।

ପୁଣି ଦୀର୍ଘ ୧୭ ବର୍ଷ ପରେ ଜିନ୍ଦଲ କମ୍ପାନୀ ଢିଙ୍କିଆରେ ଏକଲକ୍ଷ କୋଟି ଟଙ୍କାର ବ୍ୟୟରେ 12 MPTAର ଷ୍ଟିଲ୍‌ ପ୍ଲାଣ୍ଟ, 10 MPTAର ଏକ ସିମେଣ୍ଟ ପ୍ଲାଣ୍ଟ ସହ 900 ମେଗାୱାଟର ଏକ କ୍ୟାପଟିଭ ପାୱାର ପ୍ଲାଣ୍ଟ ନିର୍ମାଣ କରିବାକୁ ଯୋଜନା କରୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଥିବା ବେଳେ ଜମି ଅଧିଗ୍ରହଣକୁ ନେଇ ଢିଙ୍କିଆ ଏବେ ପୁଣି ଅଶାନ୍ତ ହୋଇ ପଡ଼ିଛି ।

ଢ଼ିଙ୍କିଆ, ଗୋବିନ୍ଦ ପୁର, ମହାଳ ଆଦି ଗ୍ରାମର ଲୋକେ ଶିଳ୍ପକୁ ବିରୋଧ କରି ଆସୁଛନ୍ତି । ପ୍ରଶାସନ ଗ୍ରାମବାସୀଙ୍କୁ ଜୋର ଜବରଦସ୍ତ ବିସ୍ଥାପିତ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପ୍ରତିଦିନ ପୋଲିସ-ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଏହି ଅଞ୍ଚଳରେ ପୋଲିସ ଛାଉଣିରେ ପରିଣତ ହୋଇଛି । ଛୋଟ ପିଲା ମଧ୍ୟ ଆନ୍ଦୋଳନରେ ସାମିଲ ହେଉଥିବା ଦେଖା ଦେଇଛି ।

ପୋଲିସ ଗ୍ରାମବାସୀଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ ହୋଇଛି । ଏପଟେ ଗ୍ରାମର ମୁଖ୍ୟ ରାସ୍ତାକୁ ଖୋଳି ଦେବା ସହ ବାଉଁଶ ଗେଟ୍‌ ତିଆରି କରି ରାତିଦିନ ଜଗି ରହିଛନ୍ତି ଗ୍ରାମବାସୀ । ଦିନକୁ ଦିନ ଶିଳ୍ପ ବିରୋଧୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ ଓ ବିସ୍ଥାପିତ ପରିବାରଙ୍କ ସହ ଆଲୋଚନାର ଆବଶ୍ୟକତା ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details