ଓଡିଶା

odisha

ETV Bharat / state

ରାଲିକୁ ଆସିଲେନି ଧର୍ମେନ୍ଦ୍ର, ନିରାଶ ହେଲେ କର୍ମୀ

ନିର୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ଆସି ନିଜ ଦଳ ପାଇଁ ପ୍ରଚାର କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିପାରି ନଥିଲେ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@dpradhanbjp

By

Published : Apr 22, 2019, 11:39 PM IST

ଜଗତସିଂହପୁର: ସୋମବାର ଜିଲ୍ଲାରେ ଦୁଇ ପ୍ରମୁଖ ରାଜନୈତିକ ଦଳର ଜୋରଦାର୍ ପଚାର ଦେଖିବାକୁ ମିଳିଥିବା ବେଳେ ବିଜେପି କର୍ମୀଙ୍କୁ ନିରାଶ ହେବାକୁ ପଡିଛି । ପ୍ରମୁଖ ରାଜନୈତିକ ଦଳ ବିଜେପିର ଭେଟରାନ୍ ନେତା ଧର୍ମେନ୍ଦ୍ର ପ୍ରଧାନ ନୂଆପୋଲ ଠାରୁ ବାଲି ଭଉଁରି ପର୍ଯ୍ୟନ୍ତ ରୋଡ ଶୋ କରିବାର କାର୍ଯ୍ୟକ୍ରମ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବକୃଷ୍ଣ ଷ୍ଟାଡିୟମରେ ସାଧାରଣ ସଭାର କାର୍ଯ୍ୟକ୍ରମ ଥିଲା । ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ଆସି ନିଜ ଦଳ ପାଇଁ ପ୍ରଚାର କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିପାରି ନଥିଲେ।

କେନ୍ଦ୍ରମନ୍ତ୍ରୀଙ୍କ ହେଲିକ୍ୟାପ୍ଟର ଅବତରଣ କରି ନପାରି ଫେରି ଯାଇଥିଲା। ଏହି ଖବର ପ୍ରଚାରିତ ହେବାପରେ ବିଜେପି କର୍ମୀଙ୍କ ମଧ୍ୟରେ ନିରାଶ ଖେଳିଯାଇଥିଲା । ପରେ ଅପରାହ୍ଣ ୩ଟାରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର କର୍ମୀଙ୍କ ସହିତ ସହର ପରିକ୍ରମା କରିଥିଲେ। ଜିଲ୍ଲାରେ ବିଜେପିର ସ୍ଥିତି ଭଲ ନଥିବା ବେଳେ ପ୍ରଚାର ପାଇଁ ଧର୍ମେନ୍ଦ୍ରଙ୍କ ନଆସିବା ଘରେ ନ ପଶୁଣୁ ଚାଳବାଜିବା ସ୍ଥିତି ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details