ଓଡିଶା

odisha

ETV Bharat / state

ମଧୁସୂଦନପୁର ପଞ୍ଚାୟତରେ ଅଟକିଛି ବିକାଶ କାର୍ଯ୍ୟ, ରାଜନୈତିକ ବିବାଦ ସାଜିଛି କାରଣ - Developmental work delay

ନିର୍ବାଚନ ସରିବାକୁ 10 ମାସ ବିତିଲାଣି ହେଲେ ଏଯାଏଁ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ହୋଇପାରୁନାହିଁ । ରାଜନୈତିକ ବିବାଦ ସରପଞ୍ଚ ଓ ୱାର୍ଡମେମ୍ବରଙ୍କ ମଧ୍ୟରେ ତିକ୍ତତା ପଞ୍ଚାୟତ ବିକାଶରେ ବାଧା ସୃଷ୍ଟି କରିଛି ( Developmental work delay due to political conflict ) । ଅଧିକ ପଢନ୍ତୁ

Developmental work delay in panchayat
ପଞ୍ଚାୟତରେ ଅଟକିଛି ବିକାଶ କାର୍ଯ୍ୟ

By

Published : Dec 23, 2022, 3:56 PM IST

ପଞ୍ଚାୟତରେ ଅଟକିଛି ବିକାଶ କାର୍ଯ୍ୟ, ରାଜନୈତିକ ବିଦ୍ରୋହ ସାଜିଛି କାରଣ

ଜଗତସିଂହପୁର:ଫେବୃଆରୀରୁ ସରିଲାଣି ପଞ୍ଚାୟତ ନିର୍ବାଚନ । ଭୋଟ ଦେଇ ଜନପ୍ରତିନିଧି ବାଛିଲେ ଭୋଟର । ହେଲେ ଏଯାଏଁ କାର୍ଯ୍ୟ ଶୂନ । ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଶାସନ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଫଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ପଞ୍ଚାୟତବାସୀ । ରାଜନୈତିକ ବିବାଦ କାରଣରୁ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିବା କହିଛନ୍ତି ପଞ୍ଚାୟତବାସୀ (Developmental work delay due to political conflict) ।

ପଞ୍ଚାୟତ ନିର୍ବାଚନକୁ 10ମାସ ବିତିଲାଣି । ହେଲେ ପଞ୍ଚାୟତର ଗୋଟିଏ ବି କାର୍ଯ୍ୟ ହୋଇ ପାରିନାହିଁ । ପଞ୍ଚାୟତ ବୈଠକକୁ ୱାର୍ଡ ସଭ୍ୟ ଆସୁନଥିବାରୁ ବୈଠକ ବସି ପାରୁନାହିଁ ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ପଞ୍ଚାୟତର ରାସ୍ତାଘାଟ, ପାନୀୟ ଜଳ, ଅଙ୍ଗନବାଡ଼ି ଗୃହ, ପ୍ରଧାନମନ୍ତ୍ରୀ ଆବାସ ଆଦି ଯୋଜନାରୁ ଲୋକେ ବଞ୍ଚିତ ହେଉଛନ୍ତି । ଶୀତଦିନ ମଧ୍ୟ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ଲୋକେ ସମସ୍ୟାକୁ ନେଇ ପଞ୍ଚାୟତ ଅଫିସକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ଲୋକ ହେଲେ କାମ ଆଗଉ ନାହିଁ କାରଣ ସାଜିଛି ରାଜନୈତିକ ତିକ୍ତତା ।

ଏହା ବି ପଢନ୍ତୁ...ଖୋଲୁନି ମଣ୍ଡି: ଅଭାବୀ ବିକ୍ରିର ଶିକାର ଚାଷୀ

ଗତ ପଞ୍ଚାୟତ ନିର୍ବାଚନରେ ଏହି ଧୁସୂଦନପୁର ଶାସନ ପଞ୍ଚାୟତରେ ଶାସକ ଦଳର ସମର୍ଥନରେ ଜଣେ ପ୍ରାର୍ଥୀ ହୋଇଥିବା ବେଳେ ଅସନ୍ତୁଷ୍ଟ ବିଜେଡି ଭାବେ ସମାନ୍ତରାଳ ଭାବେ ଜଣେ ପ୍ରାର୍ଥୀ ହୋଇଥିଲେ । ହେଲେ ଶାସକ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇଥିବା ବେଳେ ଅସନ୍ତୁଷ୍ଟ ବିଜେଡିର ୱାର୍ଡ଼ ସଭ୍ୟ ନିର୍ବାଚିତ ହୋଇଥିଲେ। ବିକାଶ କାର୍ଯ୍ୟରେ ସରପଞ୍ଚ ୱାର୍ଡ଼ସଭ୍ୟମାନେ ସହଯୋଗ କରୁନଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ବ୍ଲକ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ବୁଝାବଣା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି । ଫଳରେ ରାଜନୈତିକ ପସାପାଲିରେ ସାଧାରଣ ଲୋକଙ୍କ ସ୍ୱାର୍ଥ ଦଳି ମକଚି ହୋଇ ଯାଉଛି । ଦୀର୍ଘ 10ମାସ ପରେ ବି ପଞ୍ଚାୟତରେ ମାଟି ମୁଠେ ପଡିପାରୁ ନଥିବାରୁ ଲୋକଙ୍କ ମଧ୍ୟରେ ଆସନ୍ତୋଷ ପ୍ରକାଶ ପାଇଛି । ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରାଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ପଞ୍ଚାୟତବାସୀ । ତେବେ ଦେଖିବା ବାକି ରହିଲା କେବେ ରାଜନୈତିକ ତିକ୍ତତାରେ ପୂର୍ଣ୍ଣଚ୍ଛେଦ ପଡୁଛି ଆଉ ଲୋକଙ୍କ ସ୍ବପ୍ନ ପୂରଣ ହେଉଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details