ଜଗତସିଂହପୁର: କରୋନା ପାଇଁ ସହରରେ ଜାରି ହୋଇଥିବା କଟକଣା ପ୍ରଭାବ ଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ମଠ, ମନ୍ଦିର ଧାର୍ମିକ ଅନୁଷ୍ଠାନ ଓ ସମୁଦ୍ର ବେଳାଭୂମିରେ 144 ଧାରା ଜାରି କରିଥିବାବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କରୋନା ସମ୍ପର୍କିତ ଫ୍ଲକ୍ସ ବ୍ୟାନର ମାରି ସଚେତନ କରାଉଛି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ।
ସହରର କଲେଜ ଛକ, ଶ୍ରୀକୃଷ୍ଣ ଏକାଡେମୀ ଛକ ନିକଟରେ ସନ୍ଧ୍ୟା ହେଲେ ବିନା ମାସ୍କ ଓ ସାନିଟାଇଜରେ ଚଟପାଟି ଖାଦ୍ୟ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି । ଏଭଳି କାର୍ଯ୍ୟ ଭୂତାଣୁ ବ୍ୟାପିବାର ସମ୍ଭାବନାକୁ ଏଡାଇବା ବଦଳରେ ବଢାଇ ଦେବାର ସମ୍ଭାବନା ରହିଛି । ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର 100 ମିଟର ଦୂରତାରେ ଏଭଳି ଖାଦ୍ୟ ବିକ୍ରୟ କରାଯାଉଥିଲେ ବି ଫୁଡ଼ ସେପ୍ଟି ଅଫିସରଙ୍କ ଦେଖା ମିଳୁନାହିଁ ।