ଜଗତସିଂହପୁର: ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି । ଏକ ଭିଡ଼ିଓ ବାର୍ତ୍ତା ଜାରିକରି ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲାରେ ଲକଡାଉନକୁ ମାନୁନଥିବା ଅମାନିଆଙ୍କ ଠାରୁ ଆଜି ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇ ସରିଲାଣି । ସେହିଭଳି ସରକାରୀ ନିଅମ ମନୁନଥିବା 100 ରୁ ଅଧିକ ଦୋକାନ ଗୁଡିକୁ ସିଲ କରିଦିଆଯାଇଛି ।
ଲକଡାଉନ ଫଳରେ ପାରାଦ୍ୱୀପ ଓ ଜଗତସିଂହପୁର ସହରରେ ସଂକ୍ରମଣ କମୁଥିବା ବେଳେ ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ସରକାରଙ୍କ ଗାଇଡ଼ ଲାଇନ ମାନି ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ।