ଓଡିଶା

odisha

ETV Bharat / state

ପାରାଦ୍ବୀପରେ ସମୁଦ୍ର ଅଶାନ୍ତ, ଧୀରେଧୀରେ କମୁଛି ବର୍ଷା ଓ ପବନର ବେଗ

ଜଗତସିଂହପୁରର ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଜାରି । ପବନର ବେଗ 60 ରୁ 70 କିଲୋମିଟର ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ 22361 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଅଧିକ ପଢନ୍ତୁ...

ପାରାଦ୍ବୀପରେ ସମୁଦ୍ର ଅଶାନ୍ତ, ଧୀରେ ଧୀରେ କମୁଛି ବର୍ଷା ଓ ପବନର ବେଗ
ପାରାଦ୍ବୀପରେ ସମୁଦ୍ର ଅଶାନ୍ତ, ଧୀରେ ଧୀରେ କମୁଛି ବର୍ଷା ଓ ପବନର ବେଗ

By

Published : May 26, 2021, 12:17 PM IST

ଜଗତସିଂହପୁର: ବାତ୍ୟା ୟସ ପାଇଁ ଜିଲ୍ଲାର ପାରାଦ୍ବୀପ ଓ ତାହାର ଆଖପାଖ ଅଞ୍ଚଳରେ ଗତକାଲି ରାତି ଠାରୁ ହେଉଥିବା ମୁଷଳ ଧାରାର ବର୍ଷା ଆଜି ସକାଳୁ ଧୀରେ ଧୀରେ ହ୍ରାସ ପାଇଛି। ପବନର ବେଗ 60 ରୁ 70 କିଲୋମିଟର ରହିଥିବା ଜିଲ୍ଲା ଜରୁରୀ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି।

ପାରାଦ୍ବୀପରେ ସମୁଦ୍ର ଅଶାନ୍ତ, ଧୀରେ ଧୀରେ କମୁଛି ବର୍ଷା ଓ ପବନର ବେଗ

ଜିଲାର ପାରାଦ୍ବୀପ ଓ ଏରସମା ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବା ସହ ବଡ଼ ବଡ଼ ଜୁଆର ଆସୁଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ 22,361 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ସାରିଛି। ଆସନ୍ତାକାଲି ପର୍ଯ୍ୟନ୍ତ କେହି ଘରକୁ ନ ଫେରିବାକୁ ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି। ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ, ଏରସମା ଓ କୁଜଙ୍ଗରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ଆଜି 12 ଟା ସୁଦ୍ଧା ବାତ୍ୟା ୟସ, ଲ୍ୟାଣ୍ଡଫଲ କରିବା ପରେ ଜିଲ୍ଲାରେ ବର୍ଷାର ପରିମାଣ କମିବ ବୋଲି କୁହାଯାଇଛି। ତେବେ ବର୍ଷା ଓ ପବନ ସମ୍ପୂର୍ଣ୍ଣ ନ କମିବା ଯାଏଁ ଏବଂ ପ୍ରଶାସନ ପକ୍ଷରୁ ସୂଚନା ନ ମିଳିବା ପର୍ଯନ୍ତ ଘରକୁ ନ ଫେରିବାକୁ ନିବେଦନ କରାଯାଇଛି।

ଜଗତସିଂହପୁରରୁ ଶୁସାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details