ଓଡିଶା

odisha

ETV Bharat / state

‘19’ ବାତ୍ୟା, ‘99’ ଭୟ !

ସାମ୍ଭାବ୍ୟ ବାତ୍ୟା ଫନିକୁ ନେଇ ଭୟଭୀତ ଅବସ୍ଥାରେ ଜଗତସିଂହପୁରବାସୀ । ମହାବାତ୍ୟା ମନରୁ ଲିଭି ନଥିବା ବେଳେ ଦ୍ବାର ଖଟଖଟ କଲାଣି ଆଉ ଏକ ବାତ୍ୟା ।

By

Published : May 2, 2019, 3:48 PM IST

ଡିଜାଇନ ଫଟୋ

ଜଗତସିଂହପୁର: ଆଜି ବି ମନରୁ ଲିଭିନି 1999ର ମହାବାତ୍ୟା କଥା । ବାତ୍ୟା ନାଁ ଶୁଣିଲେ ଖାସ କରି ଜଗତସିଂହପୁରବାସୀଙ୍କ ଦେହ ଶିତେଇ ଉଠେ । ମହାବାତ୍ୟା ରଚିଥିବା ତାଣ୍ଡବକୁ ଆଜି ବି ଭୂଲି ପାରି ନାହାନ୍ତି ଲୋକେ । 1999 ମସିହାରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟାରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ମହାବାତ୍ୟା ଲୋକଙ୍କ ଅନେକ କ୍ଷତି କରିଥିଲା । ଯେଉଁ କ୍ଷତି ଆଜି ବି ଭରଣା ହୋଇ ପାରି ନାହିଁ । ମହାବାତ୍ୟାକୁ ଲୋକେ ଭୁଲି ନଥିବା ବେଳେ ପୁଣି ଦ୍ବାର ଖଟଖଟ କଲାଣି ଆଉ ଏକ ବାତ୍ୟା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଆଉ କିଛି ଘଣ୍ଟା ପରେ ସ୍ଥଳଭାଗ ଛୁଇଁବ ଫନି । ପୁରୀ ଉପକୂଳରେ ଫନି ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରାଯାଉଛି । ବାତ୍ୟା ମୁକାବିଲା ପାଇଁ ସରକାର ମଧ୍ୟ ପ୍ରସ୍ତୁତ । ଏପଟେ କିନ୍ତୁ ବାତ୍ୟାକୁ ନେଇ ଜଗତସିଂହପୁରବାସୀଙ୍କ କଣ ପ୍ରତିକ୍ରିୟା ରହିଛି । ସେଦିନର ସେହି ପ୍ରଳୟଙ୍କାରୀ ବାତ୍ୟାର ଅନୁଭୂତି ବାଣ୍ଟିଥିଲେ ବରିଷ୍ଠ ନାଗରିକ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details