ଜଗତସିଂହପୁର: ପାରାଦୀପ କଳିଙ୍ଗ ଯାତ୍ରାକୁ ନେଇ ବିବାଦ । କଳିଙ୍ଗ ବାଲିଯାତ୍ରାରେ ଆୟୋଜନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ଦଳ ପକ୍ଷରୁ ଗତ 5ଦିନ ହେବ ପୌର ପାଳିକା କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଅନ୍ୟପଟେ ଏହାକୁ ଶାସକ ଦଳ ମଧ୍ୟ ବିରୋଧ କରିଛି ।
କଳିଙ୍ଗ ବାଲିଯାତ୍ରା ଆୟୋଜନରେ ଦୁର୍ନୀତିର ଗନ୍ଧ
କଳିଙ୍ଗ ବାଲିଯାତ୍ରା ପୂର୍ବରୁ ଦେଖାଦେଇଛି ବିବାଦ । ବାଲିଯାତ୍ରା ଆୟୋଜନରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ ଆଣିଛି ।
କଳିଙ୍ଗ ବାଲିଯାତ୍ରା ଆୟୋଜନରେ ଦୁର୍ନୀତିର ଗନ୍ଧ
ଦଳ ପକ୍ଷରୁ ମଙ୍ଗଳବାର ଶୋଭାଯାତ୍ରା କରାଯାଇଥିଲା । ବାଲିଯାତ୍ରା ପାଇଁ ଟେଣ୍ଡର ହେବା ପୂର୍ବରୁ 50 ପ୍ରତିଶତ କାମ କିପରି କାମ ସରିଲା ବୋଲି ବିଜେପି ପ୍ରଶ୍ନ କରିଛି । ଏନେଇ ଦଳ ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ ଦାବି କରିବା ସହ ଥାନାରେ ମାମଲା ମଧ୍ୟ ଦେଇଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କ କିମ୍ବା ପୌରପାଳିକା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ