ଓଡିଶା

odisha

By ETV Bharat Odisha Team

Published : Oct 13, 2023, 7:27 AM IST

Updated : Oct 13, 2023, 9:38 AM IST

ETV Bharat / state

ବିଧାୟକ ବିଜୟ ଶଙ୍କରଙ୍କ ଗିରଫ ଦାବି, କୁଶ ପୁତ୍ତଳିକା ଦାହକଲା ମହିଳା କଂଗ୍ରେସର ବିକ୍ଷୋଭ

ବିଧାୟକ ବିଜୟ ଶଙ୍କର ଦାସଙ୍କ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କଲା ମହିଳା କଂଗ୍ରେସ । ଅଧିକ ପଢନ୍ତୁ

Tirtol MLA BIjay Shankar Das
Tirtol MLA BIjay Shankar Das

Tirtol MLA BIjay Shankar Das

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କୁ ବିରୋଧ । ବିଜୟ ଶଙ୍କର ଦାସଙ୍କ ଗିରଫ ଦାବି କଲା ମହିଳା କଂଗ୍ରେସ । ଗୁରୁବାର ସନ୍ଧ୍ୟାରେ ବିରିଡି ବ୍ଲକ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କଳା ବ୍ୟାଚ ପରିଧାନ କରି ବିଜୟ ଶଙ୍କରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ କଂଗ୍ରସେ କର୍ମୀ । ତିର୍ତ୍ତୋଲ କଂଗ୍ରେସ ନେତା ହିମାଂଶୁ ମଲ୍ଲିକଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ପକ୍ଷରୁ ବିରିଡି ଅଞ୍ଚଳ ପରିକ୍ରମା କରିବା ପରେ ବିରିଡି ବ୍ଲକ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ।

କଂଗ୍ରେସ ଅଭିଯୋଗ କରିଛି ଯେ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ତିର୍ତ୍ତୋଲ ମାଟି ବଦନାମ ହେଉଛି । ବିଧାୟକଙ୍କ ଯୌନ ଲାଳସା ଏହି ମାଟିକୁ କଳୁଷିତ କରିଛି । ତାଙ୍କ ପୂର୍ବତନ ପ୍ରେମିକା ସୋମାଲିକା ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ବିଜୟ ଶଙ୍କର ଶାସକ ଦଳର ବିଧାୟକ ହୋଇ ଥିବାରୁ ତାଙ୍କୁ ପୋଲିସ ଘଣ୍ଟ ଘୋଡାଉଛି । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଶାସକ ଦଳ ଆଖି ବୁଜି ଦେଇଛି । ସୋମାଲିକାକୁ ପ୍ରତାରଣା କରି ଆଉ ଜଣେ ମହିଳାଙ୍କ ସହ ବିବାହ ପାଇଁ କଟକ ସବ୍‌ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି ବିଜୟ ଶଙ୍କର । ଯାହା ଅତ୍ୟନ୍ତ ଲଜ୍ୟା ଜନକ।

ଏହା ମଧ୍ୟ ପଢନ୍ତୁ-ବଢିଲା ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ, ସବରେଜିଷ୍ଟ୍ରାର ଅଫିସରେ ଅଭିଯୋଗ କଲେ ସୋମାଲିକା

ରାଜ୍ୟର ନବୀନ ସରକାରଙ୍କର ମାଆଙ୍କୁ ଏ କି ସମ୍ମାନ ବୋଲି ମହିଳା କଂଗ୍ରେସ ପ୍ରଶ୍ନ କରିଛି । ମହିଳା କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିରିଡି ମହିଳା କଂଗ୍ରେସ ସଭାପତି ଅନିତା ମିଶ୍ର, ତିର୍ତ୍ତୋଲ ମହିଳା କଂଗ୍ରେସର ସଭାପତି ଅନୁସାୟା ପ୍ରଧାନ, ହଜିପୁର ସରପଞ୍ଚ ଆରତୀ ଭୁଇଁଆ ପ୍ରମୁଖ ମହିଳା ମାନେ ଉପସ୍ଥିତ ଥିଲେ । ବିଧାୟକଙ୍କ କୁଶପୁଳିକାକୁ ମହିଳା ମାନେ ଦାହ କରିଥିଲେ।

ବିଧାୟକ ବିଜୟ ଶଙ୍କର ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରିନଥିବା ବେଳେ ଅନ୍ୟତ୍ର ବିବାହ କରିବାକୁ କଟକ ସବ-ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ଏହି ଆବେଦନକୁ ନେଇ ଅବଜେକ୍ସନ ଫାଇଲ କରିଛନ୍ତି ସୋମାଲିକା ଦାସ । ବିଜୟଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ କରିଛନ୍ତି ସେ । ଗତ ମାସ ୨୧ ତାରିଖରେ ବିବାହ ପାଇଁ କଟକ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ରେ ଆବେଦନ କରିଥିଲେ ବିଜୟ । ଯେଉଁ ଯୁବତୀଙ୍କ ସହ ତାଙ୍କ ନୂଆ ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେହି ଯୁବତୀଙ୍କ ସହିତ ବିବାହ ପାଇଁ ଆବେଦନ କରିଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Oct 13, 2023, 9:38 AM IST

ABOUT THE AUTHOR

...view details