ଓଡିଶା

odisha

ETV Bharat / state

ପୌର ପରିଷଦରେ ଦୁର୍ନୀତି, ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲା କଂଗ୍ରେସ - ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର ପୌର ପରିଷଦ କାର୍ଯ୍ୟାଳୟରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନାମରେ କାର୍ଯ୍ୟାଦେଶ ରଖାଯାଇ ଅର୍ଥ ହଡପ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି । ଅଧିକ ପଢନ୍ତୁ...

ପୌର ପରିଷଦରେ ଦୁର୍ନୀତି ,ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲା କଂଗ୍ରେସ
ପୌର ପରିଷଦରେ ଦୁର୍ନୀତି ,ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲା କଂଗ୍ରେସପୌର ପରିଷଦରେ ଦୁର୍ନୀତି ,ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲା କଂଗ୍ରେସ

By

Published : Aug 27, 2021, 7:45 AM IST

ଜଗତସିଂହପୁର:ଜିଲ୍ଲା ପୌର ପରିଷଦ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣିଲା କଂଗ୍ରେସ । ପୌର ପରିଷଦରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନାମରେ କାର୍ଯ୍ୟାଦେଶ ରଖାଯାଇ ଅର୍ଥ ହଡପ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି । ଗତକାଲି ଏହାକୁ ନେଇ ସ୍ଥାନୀୟ ସିପି ଛକରେ ଥିବା ଜନ ସମ୍ପର୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ଜିଲ୍ଲା ନଗର କଂଗ୍ରେସ ।

ପୌର ପରିଷଦରେ ଦୁର୍ନୀତି ,ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲା କଂଗ୍ରେସ

କଂଗ୍ରେସ ଆହୁରି ମଧ୍ୟ କହିଛି ଯେ, ପୌରପରିଷଦ ବର୍ତ୍ତମାନ ବିଜେଡି ନେତାଙ୍କ କବଜାକୁ ଚାଲି ଯାଇଛି । ବିଭିନ୍ନ କାର୍ଯ୍ୟକୁ ଅତି ନିମ୍ନମାନର କରାଯାଇ ଅର୍ଥ ହଡପ କରାଯାଉଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ କର୍ମ ତତ୍ପର ଯୋଜନା ଏଠି ଦିଗହରା ହୋଇଛି । ବିଜେଡି ନେତାଙ୍କ ଚିଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନାମକୁ ମାତ୍ର ରଖାଯାଇ ଟଙ୍କା ଉଠା ଯାଉଛି । ଏଥି ସହ ସରଳା ଦେବୀ କଲ୍ୟାଣ ମଣ୍ଡପ ସମ୍ମୁଖରେ ନିର୍ମାଣ ହେଉଥିବା ପାର୍କକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହାକୁ ବନ୍ଦ କରିବା ଆବଶ୍ୟକ ରହିଛି । ଯଦି ଏହା ବନ୍ଦ ନହୁଏ ତେବେ ନଗର କଂଗ୍ରେସ ଏହାର ଜୋରଦାର ବିରୋଧ କରିବ ବୋଲି ଚେତାବନୀ ଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details