ଓଡିଶା

odisha

ETV Bharat / state

ପାରାଦୀପରେ କଂଗ୍ରେସ ନେତାଙ୍କୁ ହତ୍ୟା

ପାରାଦୀପରେ ରାଜନୈତିକ ହିଂସା । ଭୋଟ ଦେବାକୁ ନେଇ ବିବାଦ ଘଟଣାରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଏରସମା ବ୍ଲକର ଲକ୍ଷ୍ମଣ ବେହେରାଙ୍କ ମୃତ୍ୟୁ ଘଟିଛି ।

By

Published : Apr 30, 2019, 2:20 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ : ଗଣତନ୍ତ୍ରର ମହାପର୍ବରେ ଆଜି ଜିଲ୍ଲାରେ ମତଦାନ ହୋଇଥିବା ବେଳେ ପାରାଦୀପରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଭୋଟ ଦେବାକୁ ନେଇ ବିବାଦ ଘଟଣାରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଏରସମା ବ୍ଲକର ଲକ୍ଷ୍ମଣ ବେହେରାଙ୍କ ମୃତ୍ୟୁ ଘଟିଛି । ଲକ୍ଷ୍ମଣଙ୍କ ପୁତୁରାଙ୍କ ଅଭିଯୋଗ ଅନୁସାରେ ଲକ୍ଷ୍ମଣ ବେହେରା ଗତକାଲି କଂଗ୍ରେସରେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଫଳରେ ସୋମବାର ଭୋଟ ଦେବା ପରେ ବିଜେଡିର କିଛି କର୍ମୀଙ୍କ ସହିତ ତାଙ୍କର ମତାନ୍ତର ହୋଇଥିଲା । ଏହାପରେ ବିଜେଡିର ଜଣେ କର୍ମୀ ହଠାତ କାଚ ବୋତଲରେ ଆକ୍ରମଣ କରିଥିଲେ । ଲକ୍ଷ୍ମଣଙ୍କ ଡାହାଣପଟ ଛାତି ଉପରୁ ଆକ୍ରମଣ କରିଥିଲେ । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ସୋମବାର ଦିନ ୩ ଟାରେ ଏସସିବିକୁ ସ୍ଥାନାନ୍ତିରତ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କଟକରୁ ନାରାୟଣ ସାହୁ ଓ ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details