ଓଡିଶା

odisha

ETV Bharat / state

ବଳଦେବଜୀଉ ମନ୍ଦିରରେ ଜଗତସିଂହପୁର ଜିଲ୍ଲାପାଳଙ୍କ ରାଜ୍ୟାଭିଷେକ

ଜଗତସିଂହପୁର ବଳଦେବଜୀଉ ମନ୍ଦିରରେ ରବିବାର ରାଜାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏଥିରେ ଠାକୁର ରାଜା ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଅଭିଷିକ୍ତ କରାଯାଇଥିଲା। ଅଧିକ ପଢନ୍ତୁ..

ରାଜା ଭାବେ ଜିଲ୍ଲାପାଳ ହେଲେ ଅଭିଷିକ୍ତ
ରାଜା ଭାବେ ଜିଲ୍ଲାପାଳ ହେଲେ ଅଭିଷିକ୍ତ

By

Published : Jan 12, 2020, 6:50 PM IST

ଜଗତସିଂହପୁର: ଜିଲ୍ଲାର ସିଦ୍ଧଳ ସ୍ଥିତ ପ୍ରସିଦ୍ଧ ସିଧ୍ୟ ବଳଦେବଜୀଉ ମନ୍ଦିରରେ ରବିବାର ରାଜାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏଥିରେ ଠାକୁର ରାଜା ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଅଭିଷିକ୍ତ କରାଯାଇଥିଲା।

ରାଜା ଭାବେ ଜିଲ୍ଲାପାଳ ହେଲେ ଅଭିଷିକ୍ତ

ତେବେ କେଉଁ କାଳରୁ ଏହି ପରମ୍ପରା ଏଠାରେ ରହି ଆସିଛି। ଜିଲ୍ଲାର ଜିଲ୍ଲାପାଳ ଭାବେ ଯେଉଁ ଅଧିକାରୀ ରହିବେ ତାଙ୍କୁ ଏହି ଠାକୁର ରାଜା ଭାବେ ନୀତି ସମାପନ କରିବାର ସୁଯୋଗ ମିଳିଥାଏ। ଏହିନୀତି ଅନୁସାରେ ରବିବାର ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ତାଙ୍କ ପତ୍ନୀଙ୍କୁ ଅଭିଷିକ୍ତ କରାଯାଇଥିଲା। ଯାହାକୁ ଦେଖିବା ପାଇଁ ଜିଲ୍ଲାର ହଜାର ହଜାର ଲୋକେ ମନ୍ଦିର ପରିସରରେ ଭିଡ ଜମାଇଥିଲେ।

ସୂଚନାଯୋଗ୍ୟ, ଏହି ମନ୍ଦିର ପରମ୍ପରା ଅନୁସାରେ ଜିଲ୍ଲାପାଳଙ୍କ ଦ୍ଵାରା ରଥଯାତ୍ରା ସମୟରେ ଛେରାପହଁରା ସେବା କରାଯିବା ସହିତ ପୁଷ୍ୟପୂର୍ଣ୍ଣିମା ଦିନ ରାଜ୍ୟାଭିଷେକ ସେବା ସମ୍ପାଦନ କରିବାର ବିଧି ରହିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details