ଜଗତସିଂହପୁର: ଢିଙ୍କିଆ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଢ଼ିଙ୍କିଆରେ ପହଞ୍ଚିଲେ ଜିଲ୍ଲାପାଳ ଓ ଏସପି । ଗାଁରେ ବୁଲି ଲୋକମାନଙ୍କ ସହ କଲେ ଆଲୋଚନା । ଗାଁରେ ଶାନ୍ତି ଫେରିବା ନେଇ ସ୍ଥିତି ପରଖିବା ସହ ନିର୍ବାଚନ ପରେ ଲୋକଙ୍କ ବିଭିନ୍ନ ଦାବି ନେଇ କରିବେ ଆଲୋଚନା । ଗତ ୧୪ ତାରିଖ ଘଟଣା ପରେ ଢ଼ିଙ୍କିଆ ଗ୍ରାମରେ ପୁରୁଷଶୂନ୍ୟ ହୋଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ପୋଲିସ୍ ଭୟରେ ଅନେକ ଲୋକ ଗ୍ରାମକୁ ନଫେରି ଲୁଚି ରହିଛନ୍ତି । ତେବେ ଗ୍ରାମରେ ଶାନ୍ତି ଫେରିବା ନେଇ ସ୍ଥିତି ପରଖିଛି ଜିଲ୍ଲା ପ୍ରଶାସନ।
ଜାନୁଆରୀ 14 ତାରିଖରେ ପାନବରଜ ଭଙ୍ଗା କାର୍ଯ୍ୟ ଦେଖିବାକୁ ଢ଼ିଙ୍କିଆ ଗ୍ରାମବାସୀ ଯିବା ସମୟରେ ପୋଲିସ ଅଟକାଇଥିଲା । ପରେ ପୋଲିସ ଲାଠିମାଡ଼ ଘଟଣାକୁ ଏକ ମାସ ପୂରିଛି । ପୋଲିସ ଲାଠିଚାର୍ଜ ପରେ ଅନେକ ଗ୍ରାମବାସୀ ଗାଁ ଛାଡି ବାହାରେ ଲୁଚି ରହିଥିବା ବେଳେ ଆନ୍ଦୋଳନର ନେତୃତ୍ବ ନେଉଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ସହ ୬ଜଣ ଏବେ ଜେଲରେ ଅଛନ୍ତି l ବର୍ତ୍ତମାନ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେବା ସହିତ ଗ୍ରାମରେ ଶାନ୍ତି ଫେରିଆସିଛି l