ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଲଟିଛି ବସଷ୍ଟାଣ୍ଡ

ଜଗତସିଂହପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ପାଲଟିଛି ବସଷ୍ଟାଣ୍ଡ । ଜିଲ୍ଲାର କେତେକ ଘରୋଇ ବସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

By

Published : May 25, 2019, 11:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ପାଲଟିଛି ବସଷ୍ଟାଣ୍ଡ । ଜିଲ୍ଲାରୁ ପ୍ରତିଦିନ ଶହ ଶହ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସିଥାନ୍ତି। କିନ୍ତୁ ଜିଲ୍ଲାର କେତେକ ଘରୋଇ ବସ ବେଆଇନି ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ତେବେ ଘରୋଇ ବସ ଗୁଡ଼ିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନେକ ଦିନ ଧରି ପାର୍କିଂ କରାଯାଉ ଥିଲେ ମଧ୍ୟ ଜିଲ୍ଲା ପରିବହନ ବିଭାଗ ତରଫରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ତେବେ ଏହାକୁ ନେଇ ଜିଲ୍ଲା ପରିବହନ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ମାନ କରିଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details