ଓଡିଶା

odisha

ଜଗତସିଂହପୁରରେ ଜମୁଛି ଚଇତି ପର୍ବ: ଗାଁ ଦାଣ୍ଡରେ ଶୁଭୁଛି ଘଣ୍ଟ ପାଟୁଆଙ୍କ ଦେବୀ ବନ୍ଦନା

ଜଗତସିଂହପୁର ଧର୍ମୀୟ ବିଶ୍ୱାସକୁ ନେଇ ଗଢ଼ି ଉଠିଛି ସଂସ୍କୃତି ଓ ପରମ୍ପରା । ବିଶ୍ୱାସ ରହିଛି ଛୋଟ ପିଲା ଯଦି ବାରମ୍ବାର ଅସୁସ୍ଥ ହୁଏ, ତେବେ ତାକୁ ମା' ଶାରଳା ଠାକୁରାଣୀଙ୍କୁ ବିକ୍ରି କରି ଦିଆଯାଏ । ଅଧିକ ପଢ଼ନ୍ତୁ

By

Published : Apr 9, 2022, 9:56 PM IST

Published : Apr 9, 2022, 9:56 PM IST

Updated : Apr 9, 2022, 10:48 PM IST

ଜଗତସିଂହପୁରରେ ଜମୁଛି ଚଇତି ପର୍ବ
ଜଗତସିଂହପୁରରେ ଜମୁଛି ଚଇତି ପର୍ବ

ଜଗତସିଂହପୁର : ଜଗତସିଂହପୁରରେ ଧର୍ମୀୟ ବିଶ୍ୱାସକୁ ନେଇ ଗଢ଼ି ଉଠିଛି ସଂସ୍କୃତି ଓ ପରମ୍ପରା । ବିଶ୍ୱାସ ରହିଛି ଛୋଟ ପିଲା ଯଦି ବାରମ୍ବାର ଅସୁସ୍ଥ ହୁଏ, ତେବେ ତାକୁ ମା' ଶାରଳା ଠାକୁରାଣୀଙ୍କୁ ବିକ୍ରି କରି ଦିଆଯାଏ । ପିଲାକୁ 10 ବର୍ଷ ହୋଇଗଲେ ସେ ଗାଁ ଗାଁ ବୁଲି ମା'ଙ୍କୁ ସମର୍ପିତ ଘଣ୍ଟ ପାଟୁଆ ନୃତ୍ୟ ପରିବେଷଣ କରିଥାଏ ।

ଜଗତସିଂହପୁରରେ ଜମୁଛି ଚଇତି ପର୍ବ

ଏହି ପରମ୍ପରା ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ । ମା' ଶାରଳାଙ୍କ ନିକଟରେ ଅଗାଢ଼ ବିଶ୍ୱାସ ରଖି ଯେଉଁମାନେ ଘଣ୍ଟ ପାଟୁଆ ସାଜନ୍ତି, ମା' କୁଆଡ଼େ ତାଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲି ଜନଶୃତି ରହିଛି । ଯାହାକୁ ନେଇ ଏହି ଘଣ୍ଟ ପାଟୁଆମାନେ ଗାଁ ଗାଁ ବୁଲି ଦେବୀ ବନ୍ଦନା ଗାନ କରିବାସହ ମାନସିକଧାରୀ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥାନ୍ତି। ଯାହାକୁ ଦେଖିବା ପାଇଁ ଗାଁ ଗହଳିର ଲୋକେ ରୁଣ୍ଡ ହେବା ସହ ମା'ଙ୍କ ଉଦ୍ଦେଶ୍ୟରେ ଅର୍ଥ ପ୍ରଦାନ କରିଥାନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Apr 9, 2022, 10:48 PM IST

ABOUT THE AUTHOR

...view details