ଜଗତସିଂହପୁର: ରାଜ୍ୟରେ ବଢି ଚାଲିଛି ଧଳା ଜହର କାରବାର । ଜିଲ୍ଲାର ଅବକାରୀ ବିଭାଗ ସହର ଉପକଣ୍ଠ ଖେରସ ଅଞ୍ଚଳରେ ଚଢାଉ କରି ଯୁବକଙ୍କ ପାଖରୁ ୯.୫ ଗ୍ରାମ୍ ବ୍ରାଉନ ସୁଗର ସହିତ ନଗଦ ୧୯ ହଜାର ଟଙ୍କା ଜବତ କରିଛି ।
ଜଗତସିଂହପୁରରୁ ଧଳା ଜହର ଜବତ - jagatsingpur
ରାଜ୍ୟର ଖୋଲାଖୋଲି ଭାବେ ଚାଲିଛି ବ୍ରାଉନ ସୁଗର କାରବାର । କେତେବେଳେ ରାଜଧାନୀ ତ କେତେବେଳେ ଆଉ କେଉଁ ଜିଲ୍ଲାରେ ମିଳୁଛନ୍ତି ଧଳା ଜହର ବେପାରୀ ।
![ଜଗତସିଂହପୁରରୁ ଧଳା ଜହର ଜବତ](https://etvbharatimages.akamaized.net/etvbharat/prod-images/768-512-3682909-thumbnail-3x2-brown-sugar.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଜୀବନ ପ୍ରକାଶ ଲେଙ୍କା ନାମକ ଜୈନିକ ଯୁବକ ବ୍ରାଉନ ସୁଗର ବିକ୍ରି କରୁଥିବା କୌଣସି ସୁତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏହା ପରେ ଚଢାଉ କରି ଯୁବକକୁ କାବୁ କରିବା ସହିତ ୯.୫ ଗ୍ରାମ ବ୍ରାଉନ ସୁଗାର ଓ ନଗଦ ୧୯ ହଜାର ୩୦୦ ଟଙ୍କା ଜବତ କରିଥିଲା । ଗୋଟିଏ ମୋବାଇଲ ଫୋନ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ