ଓଡିଶା

odisha

ETV Bharat / state

କଅଁଳ କାନ୍ଧରେ ସଂସାର ବୋଝ, ଭଉଣୀର ଚିକିତ୍ସା ପାଇଁ ଭାଇ ଲୋଡୁଛି ସହାୟତା - ଭଉଣୀର ଚିକିତ୍ସା ଭାଇ ଲୋଡୁଛି ସହାୟତା

କଅଁଳ ବୟସରେ କାନ୍ଧରେ ବୋଝ । ଭଉଣୀକୁ କାନ୍ଧରେ ଧରି ଚିକିତ୍ସା ପାଇଁ ଭାଇ ମାଗୁଛି ସହାୟତା । ଡହ ଡହ ଖରାକୁ ଖାତିର ନାହିଁ । ଖାଲି ଏତିକି ଇଚ୍ଛା କିଛି ସହାୟତା ମିଳିଲେ କେମିତି ଭଉଣୀର ଚିକିତ୍ସା ହେବ । ଏ ଦୃଶ୍ୟ ଦେଖିଲେ କାହାର ବି ଆଖି ଓଦା ହୋଇଯିବ । ଅଧିକ ପଢନ୍ତୁ

କଅଁଳ କାନ୍ଧରେ ସଂସାର ବୋଝ
କଅଁଳ କାନ୍ଧରେ ସଂସାର ବୋଝ

By

Published : Apr 21, 2022, 1:47 PM IST

ଜଗତସିଂହପୁର:କଅଁଳ ବୟସରେ କାନ୍ଧରେ ବୋଝ । ଭଉଣୀକୁ କାନ୍ଧରେ ଧରି ଚିକିତ୍ସା ପାଇଁ ଭାଇ ମାଗୁଛି ସହାୟତା । ଡହ ଡହ ଖରାକୁ ଖାତିର ନାହିଁ । ଖାଲି ଏତିକି ଇଚ୍ଛା କିଛି ସହାୟତା ମିଳିଲେ କେମିତି ଭଉଣୀର ଚିକିତ୍ସା ହେବ । ଏ ଦୃଶ୍ୟ ଦେଖିଲେ କାହାର ବି ଆଖି ଓଦା ହୋଇଯିବ । ଭଉଣୀ କଷ୍ଟକୁ ସହି ନପାରି ସହୟତା ଲୋଡିଛି ଜଣେ 12 ବର୍ଷର ଭାଇ । ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ ଭଉଣୀ । ଆଉ ଉଭଣୀରେ କିଛି ବି ହେଲେ ଭାଇ ସମସ୍ତଙ୍କ ସହ ଲଢି ଯାଏ । ଭାଇ ଭଉଣୀର ସମ୍ପର୍କର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ।

କଅଁଳ କାନ୍ଧରେ ସଂସାର ବୋଝ

ମାମା ମହାରଣା । ବୟସ 6 ବର୍ଷ ହେବ । ବୟସ ଅନୁସାରେ ମାମାର ମୁଣ୍ଡ ବଢିବାକୁ ଲାଗିଛି । ଯେଉଁ ବୟସରେ ଖେଳିବୁଲି ପାଠ ପଢିବା କଥା ସେହି ବୟସରେ ଅଜଣା ରୋଗ ଗ୍ରାସ କରିଛି ମାମାକୁ । ୧୨ବର୍ଷର କୁନି ଭାଇ ବବଲୁ ମହାରଣା ଭଉଣୀର ଚିକିତ୍ସା ପାଇଁ ସହାୟତା ଲୋଡିଛି । ପିଲାଟି ବେଳୁ ମାଆ କୋଳ ସେମାନଙ୍କ ପାଇଁ ସ୍ବପ୍ନ ହୋଇଛି । ମାଆ ଅନେକ ଦିନରୁ ଆରପାରିରେ। ବାପା ଅରୁଣ ମହାରଣା ପାରାଦୀପରେ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଘର ଢେଙ୍କାନାଳ ଭୂବନରେ। ହେଲେ ଏକ ଗାଡି ଦୁର୍ଘଟଣାରେ ଅରୁଣଙ୍କ ଗୋଡ ଭାଙ୍ଗି ଯିବାରୁ ସେ ଏବେ କାମ କରି ପାରୁ ନାହାଁନ୍ତି । ଦଇବ ଯେମିତି ଏମାନଙ୍କ କପାଳରେ ଦୁଃଖ ଲଦି ଦେଇଛି ।

ମାମାର ମୁଣ୍ଡର ଆକାର ଜନ୍ମ ବେଳୁ ଏମିତି ନଥିଲା । କଟକରେ ସରକାରୀ ଡାକ୍ତରଖାନାରେ ଏକ ଅସ୍ତ୍ରୋପଚାର ପରେ ଏଭଳି ଅବସ୍ଥା ହୋଇଥିବା ନେଇ ସେ ଅଭିଯୋଗ ଉଠାଇଛି । ପୂର୍ବରୁ ମାମା ସାଧାରଣ ପିଲାଙ୍କ ଭଳି ଥିଲା । ଅଚାନକ ମୁଣ୍ଡର ଆକାର ଅସ୍ବାଭାବିକ ଭାବେ ବଢୁବାକୁ ଲାଗିଛି । ଓ ନିଜେ ଚାଲବୁଲ କରିବାକୁ ସକ୍ଷମ ନଥିବା କହିଛି ମାମାର ଭାଇ । ମାଗିଯାଚି ଚଳୁଥିବା ପରିବାର ମାମାର ଚିକିତ୍ସା କରାଇବାକୁ ସକ୍ଷମ ନଥିବା ବେଳେ ଏବେ ପାରାଦୀପ ବସଷ୍ଟାଣ୍ଡରେ ଦିନ କାଟିବାକୁ ପଡୁଛି ବୋଲି କହିଛି ମାମାର ଭାଇ ବବଲୁ।

ମାମାର ଚିକିତ୍ସା ପାଇଁ କଟକ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରା ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ । ତଥାପି ହତାଶ ହୋଇ ପଡିନାହିଁ ବବଲୁ, ତାର ଭଉଣୀକୁ କାନ୍ଧରେ ଧରି ବୁଲିବୁଲି ବସଷ୍ଟାଣ୍ଡ ନଚେତ ବ୍ୟାଙ୍କ ଛକ ବା ମାର୍କେଟକୁ ଯାଆଆସ କରୁଥିବା ଜନଗହଳି ସ୍ଥାନ ରାସ୍ତା କଡରେ ଭଉଣୀର ଚିକିତ୍ସା ପାଇଁ ସହାୟତା ଲୋଡିଛି । ଭଉଣୀକୁ ଭଲ କରିବା ପାଇଁ ଭଗବାନଙ୍କ ଉପରେ ତାର ଭାଇ ବିଶ୍ବାସ ରହିଛି ବୋଲି କହିଛି ବବୁଲ । ମାମାର ଚିକିତ୍ସା ପାଇଁ ଶିଳ୍ପ ସଂସ୍ଥା ମାନେ ଯଦିଓ ଆଗେଇ ଆସନ୍ତେ ହୁଏତ ସେ ଭଲ ହୋଇ ପାରନ୍ତା ବୋଲି ପାରାଦୀପର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details