ଜଗତସିଂହପୁର:ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଗଡ଼ ହରିସପୁର ପଞ୍ଚାୟତରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ । ଏହି ମାଡ଼ପିଟ ଘଟଣାରେ ଜଣେ ଗୁରୁତର ହେବା ସହ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏରସମା ବ୍ଲକ ଅନ୍ତର୍ଗତ ଗଡ଼ ହରିସପୁର ପଂଚାୟତର ବିଜେଡି ସଭାପତି ସୋରୁପ ଦାସଙ୍କ ସହ ଏରସମା ଛାତ୍ର ବିଜେଡି ସଭାପତି ବରଦା ରାଉତଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ହୋଇଥିଲା ।
ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଏରସମା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗରେ ଗଡ଼ ହରିସପୁର ପଂଚାୟତ ବିଜେଡି ସଭାପତିଙ୍କୁ ଏରସମା ବ୍ଲକ ଛାତ୍ର ବିଜେଡି ସଭାପତି ବନ୍ଧୁକ ଦେଖାଇ ଧମକ ଦେବା ସହ ମାଡ଼ ମାରିଥିବା ଦର୍ଶାଯାଇଛି । ଏହାକୁ ବିରୋଧ କରି ଆଜି ବିଜେଡିର ଗୋଟିଏ ଗୋଷ୍ଠୀ ଏରସମା ଥାନା ଘେରାଉ କରିବା ସହ ବ୍ଲକ ଛାତ୍ର ସଭାପତିଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ।