ଜଗତସିଂହପୁର: ଜିଲ୍ଲାରେ ତାଣ୍ଡବଲୀଳା ରଚିଲା ବାତ୍ୟା ‘ଅମ୍ଫାନ’ । ସବୁ ଦିଗକୁ ପ୍ରଭାବିତ କରିଛି ଏହି ବାତ୍ୟା । ତେବେ ବିଶେଷକରି ଚାଷୀମାନେ ଏହା ଦ୍ବାରା ବେଶ କଷ୍ଟ ଭୋଗିଛନ୍ତି । ତେବେ ଯେଉଁ ଫସଲ କରି ପେଟ ପୋଷୁଥଲେ ସେ ବି ଉଜୁଡି ଗଲା । ଯେପରି ଦୁଃଖ ପରେ ଦୁଃଖ ତାଙ୍କ ପିଛା ଛାଡ଼ୁନି ।
ଅମ୍ଫାନ ଚାଲିଗଲା । ବର୍ଷା ଓ ପବନ ବି କମିଗଲା । ହେଲେ ଛାଡି ଗଲା ଦୁଃଖ । ଚାଷୀ କୁଳ ହତାଶ । କହିବ କାହାକୁ ଶୁଣିବ କିଏ । ଯେଉଁଟି ପ୍ରକୃତି ଦାଉ ସାଜୁଛି ସେଠି କିଏ ବା କଣ କରିବ । ଏହି ତାଣ୍ଡବଲୀଳା ମଧ୍ୟରେ ଅନେକ ଚାଷୀ ସେମାନଙ୍କ ଜୀବିକା ହରାଇଛନ୍ତି । ବିଶେଷକରି ପାନ ବ୍ୟବସାୟୀ । ବାତ୍ୟା ଅମ୍ଫାନ ପାନ ବରଜରୁ ଉଡାଇ ଦେଇଛି ଛପର । ଚାରି ପାଖରେ ଲାଗିଥିବା ଜାଲକୁ ନେଇ ଅମ୍ଫାନ କେଉଁଠି ଫିଙ୍ଗିଛି ଯେ କିଏ କହିବ । ଏହାରି ଭିତରେ ପାନ ଗଛ ବର୍ଷା ଓ ପବନ ମାଡ଼ ଖାଇଥିବାରୁ ଆଗକୁ ସବୁ କିଛି ନଷ୍ଟ ହେଇଯିବାର ଭୟ ମଧ୍ୟ ଚାଷୀ ମୁଣ୍ଡରେ ଖଣ୍ଡା ଭଳି ଝୁଲୁଛୁ । ଗତବର୍ଷ ଫନି ସମୟରେ ମଧ୍ୟ ସବୁ କିଛି ଉଜୁଡି ଯାଇଥିଲା ଆଉ ଏହି ‘ଅମ୍ଫନ’ରେ 60 ପ୍ରତିଶତ ପାନ ଗଛ ଓ ବରଜ ନଷ୍ଟ ହୋଇଯାଇଛି । ଯାହା ବୋଝ ଉପରେ ନଳିତା ବିଡା ପରି ଲାଗୁଛି ।