ଓଡିଶା

odisha

By

Published : Sep 10, 2022, 5:10 PM IST

Updated : Sep 10, 2022, 6:30 PM IST

ETV Bharat / state

ପାରାଦୀପ ଗଣଦୁଷ୍କର୍ମ ଘଟଣା: ବିଜେପି ଉପରେ ବର୍ଷିଲା ଆମ ପାରାଦୀପ ଆମ ପ୍ରଗତି

ପାରାଦୀପ ଅଞ୍ଚଳରେ ଆଶାକର୍ମୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ପାରାଦୀପ ରାଜନୀତିରେ ଉଷ୍ମତା ଦେଖାଦେଇଛି । ବିଜେପି ଯୁବ ମୋର୍ଚ୍ଚାର ମନ୍ତବ୍ୟ କାଉଣ୍ଟର କଲା ଆମ ପାରାଦୀପ ଆମ ପ୍ରଗତି। ଅଧିକ ପଢ଼ନ୍ତୁ

ama paradeep ama pragati press meet
ବିଜେପି ଉପରେ ବର୍ଷିଲା ଆମ ପାରାଦୀପ ଆମ ପ୍ରଗତି

ପାରାଦୀପ:ଜଗତସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ ଆଶାକର୍ମୀଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣାକୁ ନେଇ ପାରାଦୀପ ରାଜନୀତିରେ ଉଷ୍ମତା ପରିଲକ୍ଷିତ ହୋଇଛି । ଗତ ବୁଧବାର ବିଜେପି ଯୁବମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ କରି 'ଆମ ପାରାଦୀପ ଆମ ପ୍ରଗତି'ର ମୁଖ୍ୟ ତଥା ଶ୍ରମିକ ନେତା ବାପି ସର୍ଖେଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲା । ଆଶାକର୍ମୀ ଅପହରଣ ଓ ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଯତୀନ ମଲ୍ଲିକ ସହିତ ବାପି ସର୍ଖେଲ ଏକ କାର୍ଯ୍ୟକ୍ରମରେ ଉଠାଇଥିବା ଫଟୋକୁ ଦେଖାଇବା ସହିତ ବିଗତ ଦିନରେ ଅଞ୍ଚଳରେ ଘଟିଥିବା ଏକାଧିକ ଅପରାଧିକ କାର୍ଯ୍ୟରେ ଶ୍ରମିକ ନେତା ଅଭିଯୁକ୍ତ ରହିବା ନେଇ ବିଜେପି ଯୁବମୋର୍ଚ୍ଚା କହିଛି ।

ଏହି ଅଭିଯୋଗକୁ ଖଣ୍ଡନ କରିଛି ପାରାଦୀପ ଯୁବ ଶାଖା ଆମ ପାରାଦୀପ ଆମ ପ୍ରଗତି ସଂଗଠନ । ଗୁରୁବାର ପାରାଦୀପ ଶ୍ରମିକ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତି ଜବାବ ରଖିଛି ଯୁବ ଶାଖା । ଏନେଇ ସଂଗଠନର ସଂଯୋଜିକା କହିଛନ୍ତି, "ବିଜେପି ଯୁବମୋର୍ଚ୍ଚାର ଏଭଳି ମନ୍ତବ୍ୟକୁ ଆମେ ଘୋର ବିରୋଧ କରୁଛୁ । ବିଜେପି ନେତା ସମ୍ପଦ ସ୍ୱାଇଁ ଭୟଭୀତ ହୋଇପଡ଼ିଛନ୍ତି । ଆଗାମୀ ନିର୍ବାଚନରେ ଟିକେଟ ମିଳିବ କି ନାହିଁ ସନ୍ଦେହରେ ଉଦ୍ଦେଶ୍ୟମୂଳକ ଭାବରେ ବାପି ସର୍ଖେଲଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ।"

"ମହିଳାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଏହାକୁ ଏକ ରାଜନୀତି ଢଙ୍ଗରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଉଛି । ଆମେ ପୋଲିସ ପ୍ରାଶାସନ ପାଖରେ ଦାବି କରୁଛୁ, ଯଥାଶୀଘ୍ର ଘଟଣାର ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ଏବଂ ଉକ୍ତ ମହିଳାଙ୍କୁ ନ୍ୟାୟ ମିଳୁ । ପାରାଦୀପର ମହିଳାଙ୍କ ସ୍ବାଭିମାନ କ୍ଷୁର୍ଣ୍ଣ ହେବାଭଳି ମନ୍ତବ୍ୟ ରଖନ୍ତୁ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ:ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅଭିଯୁକ୍ତ ଯତୀନ ଅନେକ ରାଜନେତାଙ୍କ ସହିତ ଅନେକ ସମୟରେ ଉଠାଇଥିବା ଫଟୋ ପ୍ରଦର୍ଶିତ କରିବା ସହିତ ବିଜେପି କିଛି ମନ୍ଦ ଉଦ୍ଦେଶ୍ୟ ରଖି ବାପି ସର୍ଖେଲଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ବଦନାମ କରିବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ଆମ ପାରାଦୀପ ଆମ ପ୍ରଗତିର ଯୁବ ସଂଯୋଜିକା ମନୋରମା ଖଟୁଆ। ତେଣୁ ଏଭଳି ହୀନ ରାଜନୀତିରୁ ଦୂରେଇ ରହି ପାରାଦୀପର ବିକାଶରେ ସହଯୋଗ କରିବା ପାଇଁ ସେ ମତ ଦେଇଛନ୍ତି ।

ସୂଚନା ଥାଉକି, ଗତ ଅଗଷ୍ଟ ୨୬ ତାରିଖରେ ପାରାଦୀପ ବନ୍ଦର ଅଞ୍ଚଳରେ ଜଣେ ଆଶାକର୍ମୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଆଶାକର୍ମୀ ଜଣକ ନୂଆବଜାରରୁ ଘରକୁ ଫେରୁଥିବା ସମୟରେ ଏଭଳି ଘଟଣା ଘଟିଥିଲା ।

ନିଛାଟିଆ ରାସ୍ତାରେ ଜଣେ ମହିଳାଙ୍କୁ ଏକୁଟିଆ ପାଇ ୪ ଜଣ ଯୁବକ ଏକ ନାଲି ରଙ୍ଗର କାରରେ ନେହେରୁ ବଙ୍ଗଳା ନିକଟ ଜଙ୍ଗଲକୁ ନେଇ ସେଠାରେ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Sep 10, 2022, 6:30 PM IST

ABOUT THE AUTHOR

...view details