ଓଡିଶା

odisha

ETV Bharat / state

ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଓ ସଭାନେତ୍ରୀଙ୍କ ନାଁରେ ଟଙ୍କା ହଡପ ଅଭିଯୋଗ

ବାଲିକୁଦା ବ୍ଲକ ଅନ୍ତର୍ଗତ ଅଢଙ୍ଗ ପଞ୍ଚାୟତରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଆର୍ଥିକ ଅନିୟମିତତାକୁ ନେଇ ହୋଇଛି ଅଭିଯୋଗ । ବ୍ୟାଙ୍କରେ ଜମା ରାଶି 1ଲକ୍ଷ 44 ହଜାର ଟଙ୍କା ଥିବା ବେଳେ ଏହାକୁ ଚଞ୍ଚକତା କରି ସେହି ଗୋଷ୍ଠୀର ସଂପାଦିକା ଓ ସଭାନେତ୍ରୀ ଉଠାଇ ଆଣିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଓ ସଭାନେତ୍ରୀଙ୍କ ନାରେ ଟଙ୍କା ହଡପ ଅଭିଯୋଗ
ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଓ ସଭାନେତ୍ରୀଙ୍କ ନାରେ ଟଙ୍କା ହଡପ ଅଭିଯୋଗ

By

Published : Mar 20, 2021, 9:51 AM IST

ଜଗତସିଂହପୁର: ବାଲିକୁଦା ବ୍ଲକ ଅନ୍ତର୍ଗତ ଅଢଙ୍ଗ ପଞ୍ଚାୟତରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଆର୍ଥିକ ଅନିୟମିତତାକୁ ନେଇ ହୋଇଛି ଅଭିଯୋଗ । ଅଭିଯୋଗ ଅନୁସାରେ ବାଲିକୁଦା ବ୍ଲକ ଅନ୍ତର୍ଗତ ଅଢଙ୍ଗ ପଞ୍ଚାୟତର ଦେବା ଗ୍ରାମର କେତେକ ମହିଳା ମା, ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରତିଷ୍ଠା କରି ଅର୍ଥ ସଞ୍ଚୟ କରି ଆସୁଥିଲେ। ବ୍ୟାଙ୍କରେ ଜମା ରାଶି 1ଲକ୍ଷ 44 ହଜାର ଟଙ୍କା ଥିବା ବେଳେ ଏହାକୁ ଚଞ୍ଚକତା କରି ସେହି ଗୋଷ୍ଠୀର ସଂପାଦିକା ଓ ସଭାନେତ୍ରୀ ଉଠାଇ ଆଣିଥିଲେ।

ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଓ ସଭାନେତ୍ରୀଙ୍କ ନାରେ ଟଙ୍କା ହଡପ ଅଭିଯୋଗ

ପରେ ସଭ୍ୟାମନେ ବ୍ୟାଙ୍କରେ ପହଞ୍ଚି ଜମା ବାବଦରେ ଜାଣିବାକୁ ଚାହିଁବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ମା ମଙ୍ଗଳା ସ୍ବୟଂ ସହାୟକ ନାମରେ 6 ଲକ୍ଷ ଟଙ୍କାର ଋଣ ଶହ ମୂଳ ଅର୍ଥ ଉଠାଇ ନିଆ ଯାଇଥିବା କହିଥିଲେ। ଏହା ଜାଣିବା ପରେ ମହିଳାମାନେ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଉଭୟ ସମ୍ପାଦିକା ଓ ସଭାନେତ୍ରୀଙ୍କୁ ଥାନାକୁ ଡାକି ପଚରା ଉଚରା ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details