ଓଡିଶା

odisha

ETV Bharat / state

ଆକ୍ସନ ମୁଡରେ ଜିଲ୍ଲାପାଳ, ସବୁ ବିଭାଗକୁ ତାଗିଦ୍ - mood

ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେବା ପରେ ବୈଠକ ଡକାଇ ସବୁ ବିଭାଗର କାମକୁ ସମୀକ୍ଷା କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ 5T ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

By

Published : Jun 26, 2019, 10:59 PM IST

ଜଗତସିଂହପୁର: ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେବା ପରେ ବଢ଼ିଯାଇଛି ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ଚିନ୍ତା । ଜିଲ୍ଲାର 2ଟି ପୌରପରିଷଦ ଓ ସମସ୍ତ 8ଟି ଯାକ ବ୍ଲକର BDO ଏବଂ ତହସିଲଦାରଙ୍କୁ ହେଡ଼କ୍ୱାର୍ଟର ନ ଛାଡିବାକୁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ , ଅବକାରୀ ବିଭାଗ, ବିଦ୍ୟୁତ ବିଭାଗର କାର୍ଯ୍ୟ ଉପରେ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଭିିଡିଓ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ଆଗାମୀ ଦିନରେ ଯଦି ଏହି ଭଳି କାର୍ଯ୍ୟ ଜାରି ରହେ ତେବେ ,କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ପ୍ରାଚୀନ ଶକ୍ତିପୀଠ ମାଆ ଶାରଳାଙ୍କ ମନ୍ଦିର ଅବହେଳିତ ହୋଇ ପଡ଼ିଥିବାରୁ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଛନ୍ତି । ତୁରନ୍ତ ଚନ୍ଦନ ପୁଷ୍କରିଣୀକୁ ସଫା କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details