ଓଡିଶା

odisha

ETV Bharat / state

ଛାତ୍ରଙ୍କ ଉପରେ ମାଡିଗଲା ଟାଟା ମ୍ୟାଜିକ; ଜଣେ ମୃତ, ଜଣେ ଗୁରୁତର

ଶୁକ୍ରବାର ଝାରସୁଗୁଡାର ସ୍ଥାନୀୟ ବ୍ଲାକ ଡାଇମଣ୍ଡ +2 ସାଇନ୍ସ କଲେଜରେ ପଢୁଥିବା ଦୁଇ ଛାତ୍ରଙ୍କ ଉପରେ ମାଡିଗଲା ଟାଟା ମ୍ୟାଜିକ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛି ।

By

Published : Aug 23, 2019, 5:09 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଦୁଇ ଛାତ୍ରଙ୍କ ଉପରେ ମାଡିଗଲା ଟାଟା ମ୍ୟାଜିକ। ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଝାରସୁଗୁଡା ବିଟିଏମ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନା ଅନୁଯାୟୀ, ଶୁକ୍ରବାର ସ୍ଥାନୀୟ ବ୍ଲାକ ଡାଇମଣ୍ଡ +2 ସାଇନ୍ସ କଲେଜରେ ପଢୁଥିବା ଛାତ୍ର ଦୀପକ ସିଂ ନିଜ ସହପାଠୀ ବିଟୁ ଯାଦବଙ୍କ ସହ ଏକ ସ୍କୁଟିରେ ଘରକୁ ଫେରୁଥିଲେ । ସେହି ସମୟରେ ବିଟିଏମ ଛକ ନିକଟରେ ଦ୍ରୁତ ବେଗରେ ଆସୁଥିବା ଏକ ଟାଟା ମ୍ୟାଜିକ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଦୀପକଙ୍କ ମୃତ୍ୟୁ ଘଟିଥିବା ବେଳେ ସହପାଠୀ ବିଟୁ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଏପଟେ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଫେରାର ଥିବା ବେଳେ ପୋଲିସ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details