ଓଡିଶା

odisha

ETV Bharat / state

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ

ବୁଧବାର ବିଳମ୍ବିତ ରାତ୍ରିରେ ସ୍ବାମୀ କାଳନ୍ଦୀ ଘରକୁ ଫେରିବା ପରେ ସ୍ତ୍ରୀ କବିତା ଘରୋଇ ଋଣର କିସ୍ତି ସୁଝିବା କଥା କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ସ୍ବାମୀ କାଳନ୍ଦୀ କବିତାକୁ ମାଡ ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କବିତା କାଳନ୍ଦୀକୁ ଅତି ନିର୍ମମ ଭାବେ ହାଣିଦେଇଛନ୍ତି ।

ପାରିବାରିକ କଳହର କୁରଣ ପରିଣତି: ସ୍ବାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ
ପାରିବାରିକ କଳହର କୁରଣ ପରିଣତି: ସ୍ବାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ

By

Published : Aug 13, 2020, 12:17 PM IST

Updated : Aug 13, 2020, 1:04 PM IST

ଜଗତସିଂହପୁର: ଜିଲ୍ଲା ବାଲିକୁଦା ଥାନ ଅନ୍ତର୍ଗତ ସଦେଇ ପୁର ଗ୍ରାମରେ ବିଭତ୍ସ ହତ୍ୟା। ସ୍ଵାମୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ତ୍ରୀ।

ବାଲିକୁଦା ପୋଲିସର ସୂଚନାନୁସାରେ, ସଦେଇପୁର ପଞ୍ଚାୟତ ଅଫିସ ନିକଟରେ ଥିବା ଏକ ଝୁମ୍ପୁଡି ଘରେ ଦୀର୍ଘ ଦିନ ଧରି ଉଭୟ ସ୍ବାମୀ ସ୍ତ୍ରୀ ରହିଆସୁଥିଲେ। ସ୍ବାମୀ କାଳନ୍ଦୀ ସାମଲ କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିଲେ । ଲକଡାଉନ ପାଇଁ କାମ ମିଳୁନଥିବାରୁ ଉଭୟଙ୍କ ମଧ୍ୟରେ କଳି ଝଗଡା ଲାଗି ରହୁଥିଲା । ବୁଧବାର ବିଳମ୍ବିତ ରାତ୍ରିରେ ସ୍ବାମୀ କାଳନ୍ଦୀ ଘରକୁ ଫେରିବା ପରେ ସ୍ତ୍ରୀ କବିତା ଘରୋଇ ଋଣର କିସ୍ତି ସୁଝିବା କଥା କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ସ୍ବାମୀ କାଳନ୍ଦୀ କବିତାକୁ ମାଡ ମାରିଥିଲେ।

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ

ଏଥିରେ ଉତକ୍ଷିପ୍ତ ହୋଇ କବିତା ନିଜ ଘରେ ଥିବା କୁରାଢ଼ୀରେ କାଳନ୍ଦୀକୁ ଅତି ନିର୍ମମ ଭାବେ ହାଣି ପକାଇଥିଲେ ଫଳରେ ଘଟଣା ସ୍ଥଳରେ ହିଁ କାଳନ୍ଦୀର ମୃତ୍ୟୁ ହୋଇଥିଲା। ସ୍ଵାମୀର ମୃତ୍ୟୁ ହେବା ପରେ ପତ୍ନୀ କବିତା ନିଜ ବାପ ଘରକୁ ଚାଲିଯିବା ସହ ସମସ୍ତ ଘଟଣା କହିଥିଲେ, ବାପଘର ଲୋକ ଥାନାରେ ଆତ୍ମ ସମର୍ପଣ କରିବା ପାଇଁ କହିବା ପରେ କବିତା ଥାନରେ ଆତ୍ମ ସମର୍ପଣ କରିଥିଲେ। ଖବର ପାଇ ବାଲିକୁଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Aug 13, 2020, 1:04 PM IST

ABOUT THE AUTHOR

...view details