ଜଗତସିଂହପୁର: ସେବା ମନୋଭାବ ଥିଲେ ନିର୍ବାଚନରେ ଅର୍ଥବଳ ଓ କୌଶଳର ଆବଶ୍ୟକତା ନାହିଁ । ଯଦି ସେବା ମନୋବୃତ୍ତି ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ, ତେବେ ସଫଳତା ନିଶ୍ଚିନ୍ତ ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଗତସିଂହପୁର ଜିଲ୍ଲାର ଦେବାଶିଷ ସ୍ୱାଇଁ । ଜିଲ୍ଲା ଦେଉଳି ଗ୍ରାମେଶ୍ୱର ଗାଁର ଜଣେ ଚାହା ଦୋକାନୀ ସୁଦାମ ଚରଣ ସ୍ୱାଇଁଙ୍କ ପୁଅ ଦେବାଶିଷ ସ୍ୱାଇଁ । ସେ ପେଶାରେ ଜଣେ ପାନ ଦୋକାନୀ ହୋଇଥିବା ବେଳେ ନିଶା ଜନସେବା କରିବା । ଯାହା ତାଙ୍କୁ ଚଳିତ ପୌର ନିର୍ବାଚନରେ କାଉନସିଲର ଭାବରେ ବିଜୟୀ କରାଇଛି ।
ହାରିଲା ଅର୍ଥବଳ ଜିତିଲା ସେବା ମନୋବୃତ୍ତି, ପାନ ଦୋକାନୀରୁ କାଉନସିଲର ହେଲେ ଦେବାଶିଷ
ଯଦି ସେବା ମନୋବୃତ୍ତି ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ, ତେବେ ସଫଳତା ନିଶ୍ଚିନ୍ତ ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଗତସିଂହପୁର ଜିଲ୍ଲାର ଦେବାଶିଷ ସ୍ୱାଇଁ । ଅଧିକ ପଢନ୍ତୁ
ନିଜ ଗାଁ ହେଉ କି ଆଖପାଖ ଅଞ୍ଚଳର ଲୋକ ଯେଉଁ ଲୋକ ବିପଦ କି ଅସୁବିଧା ପଡିଲେ ନିଜ ଖର୍ଚ୍ଚରେ ମେଡ଼ିକାଲ ହେଉ କି ପୌର କାର୍ଯ୍ୟାଳୟ ସବୁଥିରେ ସାହାଯ୍ୟ କରନ୍ତି ଦେବାଶିଷ । ଲୋକଙ୍କ ସେବାକୁ ଭିତ୍ତିକରି ସେ ଚଳିତ ପୌର ପରିଷଦ ନିର୍ବାଚନରେ 17 ନମ୍ବର ୱାର୍ଡରୁ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ। ୱାର୍ଡର ଭୋଟରଙ୍କ ସଂଖ୍ୟା 1059 ହୋଇଥିବାବେଳେ ସେ ଏକାକୀ 631 ଖଣ୍ଡ ଭୋଟ ପାଇ ଶାସକ ବିଜେଡି କଂଗ୍ରେସ ଓ ବିଜେପି ଦଳର ନେତାଙ୍କୁ ଚକମା ଦେଇଥିଲେ। ସେ ପ୍ରମାଣିତ କରିଦେଇଥିଲେ ଯେ ନିଃସ୍ୱାର୍ଥପର ଜନ ସେବା ଆଗରେ ଅର୍ଥବଳ, ବହୁବଳ ଫିକା ପଡିଯାଇଥାଏ।
ଦଳୀୟ ପ୍ରାର୍ଥୀ ତାଙ୍କ ୱାର୍ଡରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେବାଶିଷଙ୍କୁ ରୋକିବାରେ ବିଫଳ ହୋଇଥିଲେ। ଦେବାଶିଷଙ୍କ ପାଖରେ ଅର୍ଥ ନଥିଲେ ମଧ୍ୟ ୱାର୍ଡର ଲୋକେ ତାଙ୍କୁ ସ୍ବତଃପ୍ରବୃତ ଭାବେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଦେବାଶିଷଙ୍କ ନିଃସ୍ୱାର୍ଥପର ସେବା ଯୋଗୁ ଜଗତସିଂହପୁର ପୌର ପରିଷଦର 21ଟି ୱାର୍ଡରୁ ସେ ସର୍ବାଧିକ ଭୋଟରେ ବିଜୟୀ ହୋଇଛନ୍ତି । ଆଗକୁ ଲୋକଙ୍କ ସୁବିଧା ଓ ଅଧିକାର ପାଇଁ ଲଢିବେ ବୋଲି କହିଛନ୍ତି ଦେବାଶିଷ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ