ଓଡିଶା

odisha

ETV Bharat / state

5ଟି ସଚିବଙ୍କ ଜଗତସିଂହପୁର ଗସ୍ତ, ବେଳାଭୂମି ସଂରକ୍ଷଣକୁ ଗୁରୁତ୍ବ - 5 ଟି ସଚିବ ଭିକେ ପାଣ୍ଡିଆନ

ଜଗତସିଂହପୁର ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5-ଟି ସଚିବ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ

5t secretary vk pandian visited jagatsinghpur
5-ଟି ସଚିବଙ୍କ ଜଗତସିଂହପୁର ଗସ୍ତ

By

Published : Jun 30, 2023, 7:33 AM IST

5-ଟି ସଚିବଙ୍କ ଜଗତସିଂହପୁର ଗସ୍ତ

ଜଗତସିଂହପୁର:ଦୁଇଦିନିଆ ଜଗତସିଂହପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ଏରସମା ବ୍ଲକ ସ୍ଥିତ ଶିଆଳିରେ ଏକ ସାଧାରଣ ସଭାରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ 5-ଟି ସଚିବ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଜଗତସିଂହପୁର ଜିଲ୍ଲାକୁ ଆସିଥିବା କହିଥିଲେ । ସାଧାରଣ ଲୋକଙ୍କ ସହ ମିଶିବା ସହିତ ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ଓଡ଼ିଶାରେ ମହିଳାମାନେ ଆତ୍ମନିର୍ଭର ହୋଇଛନ୍ତି । ରାଜ୍ୟର ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭଣ୍ଡାର ଖୋଲି ଦେଇଥିବା କହିଛନ୍ତି 5ଟି ସଚିବ ପାଣ୍ଡିଆନ । ଏହି ଗସ୍ତରେ ବିଭିନ୍ନ ସରକାରୀ ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ସହ ଆଲୋଚନା କରିଛନ୍ତି 5ଟି ସଚିବ ।

ପ୍ରଥମେ 5-ଟି ସଚିବ ଏରସମା ବ୍ଲକ ଶିଆଳି ସମୁଦ୍ର ବେଳାଭୂମି ପରିଦର୍ଶନ କରିବା ସହ ଆଗୁଆ ଲୁଣାବନ୍ଧ ଓ ବିକାଶ ପ୍ରକଳ୍ପ ହାତକୁ ନିଆଯିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଳାଭୂମି ସଂରକ୍ଷଣକୁ ଗୁରୁତ୍ବ ଦେଉଥିବା କହିଛନ୍ତି । ଜିଲ୍ଲାର 3ଟି ନିର୍ବାଚନ ମଣ୍ଡଳୀରେ 478 କୋଟି ଟଙ୍କା ବିନିମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଥିଲେ । ପରେ 5ଟି ସଚିବ ପାରାଦ୍ୱୀପ ଗସ୍ତ କରିଥିଲେ । ସେଠାରେ ବିଜୁ କନଭେନ୍ସନ ପରିଦର୍ଶନ କରିବା ସହ ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ପରେ ପାରାଦ୍ୱୀପ ଗଡ଼ଠାରେ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ କରିବା ପରେ ଗଡ଼ କୁଜଙ୍ଗ ସ୍ଥିତ ଶ୍ରୀଜଗନ୍ନାଥ ଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟା 4 ଟା45 ସମୟରେ ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ପହଞ୍ଚି ଥିଲେ ସେଠାରେ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ । ମନ୍ଦିର ମସଜିଦ ଓ ଚର୍ଚ୍ଚ ପାଇଁ ସାତଦିନ ଭିତରେ ପଦକ୍ଷେପ ନିଆଯିବ ବୋଲି 5ଟି ସଚିବ କହିଥିଲେ ।

ଏହା ବି ପଢନ୍ତୁ...ଦୁଇ ଦିନିଆ ବରଗଡ ଗସ୍ତରେ 5ଟି ସଚିବ ଭିକେ ପାଣ୍ଡିଆନ

ଏହା ପରେ ସନ୍ଧ୍ୟା 6 ସମୟରେ 5ଟି ସଚିବ ଏସଭିଏମ କଲେଜ ପରିଦର୍ଶନରେ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ହାଇସ୍କୁଲ, ଓ ସଂସ୍କୃତ କଲେଜ ପାଇଁ 5ଟି ରୂପାନ୍ତରିକରଣ ପାଇଁ 32 କୋଟି 50 ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ସେ ପ୍ରକାଶ କରିଥିଲେ । ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । 5ଟି ସଚିବଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର ଭିନିଲ କ୍ରୀଷ୍ଣା, ଜିଲ୍ଲାପାଳ ପାରୁଲ ପଟୱାରୀ, ଆରକ୍ଷୀ ଅଧୀକ୍ଷକ ରାହୁଲ ପି ଆର ଓ ବିଜେଡିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details