ଜଗତସିଂହପୁର: ବେଆଇନ ଭାବେ ଚାଲିଛି ବାଲି ଉଠାଣ । ଜଗତସିଂହପୁର ଜିଲ୍ଲା ସଦର ତହସିଲ ଅଧିନ ଦେବୀ ନଦୀର ବଦର ଘାଟରୁ ବେଆଇନ ବାଲି ଉଠାଣ ହେଉଛି । ଖବର ପାଇ ପୋଲିସ ଚଢ଼ାଉ କରି 4 ଟ୍ରାକ୍ଟର ସମେତ 5 ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ବାଲି ମାଫିଆମାନେ ତହସିଲ ଅଫିସର ଅସାଧୁ କର୍ମଚାରୀଙ୍କୁ ହାତ କରି ଟେଣ୍ଡର ହୋଇ ନଥିବ ବାଲି ଘାଟରୁ ବାଲି ଉଠାଣ କରି ବିକ୍ରି କରୁଛନ୍ତି । ଜିଲ୍ଲାର ତହସିଲ ଅଧିନ ଏରଡ଼ା, ବଦର, କୋରୁଅ ଆଦି କେତେକ ବାଲି ଘାଟ ଗୁଡିକର ଗତ ମାର୍ଚ୍ଚ ମାସ ଠାରୁ ନିଲାମ ଅବଧି ଶେଷ ହୋଇଛି ।