ଜଗତସିଂହପୁର: ପାରାଦ୍ଵୀପ ଇଫକୋ ସାର କାରଖାନା ପରିସରରେ ପ୍ରତିଷ୍ଠା ହେବ ସର୍ବବୃହତ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ । ୪ ଶହ କୋଟି ଟଙ୍କାରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଆଧାରରେ ତିଆରି ହେବ ଏହି ପ୍ଲାଣ୍ଟ । ଆଜି(ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଦୈନିକ ୨ ହଜାର ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ୨୦୨୩ ଜାନୁଆରୀରେ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖିଛି ଇଫକୋ କମ୍ପାନୀ । ଏହି ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଦେଶରେ ଡିଏପି, ଏମ୍ ପିକେ ସାରର ଅଭାବ ଦୂର ହୋଇପାରିବ । ଏହି ସାର ପାଇଁ ଭାରତକୁ ବାହାର ଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା ।