ଓଡିଶା

odisha

ETV Bharat / state

ଜଗତସିଂହପୁରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର ପାର୍‌ - corona cases in jagatsinghpur

ଜଗତସିଂହପୁର ଗ୍ରାମାଞ୍ଚଳରେ 691 ଜଣ ଆକ୍ରାନ୍ତ ହୋଇ ଥିବାବେଳେ ସହରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 390 ରେ ପହଞ୍ଚିଛି । ସେହିପରି ପାରାଦୀପ ସହରରେ 706 ଜଣ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି ।

ଜଗତସିଂହପୁରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4500ରେ ପହଞ୍ଚିଛି
ଜଗତସିଂହପୁରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4500ରେ ପହଞ୍ଚିଛି

By

Published : Sep 25, 2020, 8:19 AM IST

ଜଗତସିଂହପୁର: ଜିଲ୍ଲାରେ ଗୁରୁବାର ସର୍ବାଧିକ 193 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 11 , ବିରିଡିରୁ 7, ଏରସମାରୁ 2,କୁଜଙ୍ଗରୁ 14, ନାଉଗାଁରୁ 6, ତିର୍ତ୍ତୋଳରୁ 8, ରଘୁନାଥପୁର ରୁ 9, ଜଗତସିଂହପୁର ବ୍ଲକରୁ ସର୍ବଧିକ 68, ଜଗତସିଂହପୁର ସହର ରୁ 59 , ପାରାଦୀପରୁ 5, ଓ ଅନ୍ୟ ଜିଲ୍ଲାରୁ ଆସିଥିବା 4 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁର ଗ୍ରାମାଞ୍ଚଳରେ ଆଜି ସୁଦ୍ଧା 691 ଜଣ ଆକ୍ରାନ୍ତ ହୋଇ ଥିବାବେଳେ ସହରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 390ରେ ପହଞ୍ଚିଛି । ସେହିପରି ପାରାଦୀପରେ ସହରରେ 706 ଜଣ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି ।

ଜିଲ୍ଲାରେ ସର୍ବମୋଟ 4578 ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 3173 ଜଣ ସୁସ୍ଥ ହୋଇ ସାରିଲେଣି। ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1373 ରେ ପହଞ୍ଚିଛି । ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 7ରେ ସ୍ଥିର ରହିଛି।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details