ଓଡିଶା

odisha

ETV Bharat / state

ଜଗତସିଂହପୁରରେ ଆଉ 16 ଆକ୍ରାନ୍ତ ଚିହ୍ନଟ, ଗୋଟିଏ ପରିବାରରୁ 3 ପଜିଟିଭ - ଜଗତସିଂହପୁରେ କୋରୋନା

ଜଗତସିଂହପୁରରୁ 16 ନୂଆ ଆକ୍ରାନ୍ତ ଚିହ୍ନଟ ସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 369ରେ ପହଞ୍ଚିଛି । ଶୁକ୍ରବାର ଗୋଟିଏ ପରିବାରରୁ 3ଜଣ ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ଜଗତସିଂହପୁରରେ ଆଉ 16 ଆକ୍ରାନ୍ତ ଚିହ୍ନଟ, ଗୋଟିଏ ପରିବାରରୁ 3 ପଜିଟିଭ
ଜଗତସିଂହପୁରରେ ଆଉ 16 ଆକ୍ରାନ୍ତ ଚିହ୍ନଟ, ଗୋଟିଏ ପରିବାରରୁ 3 ପଜିଟିଭ

By

Published : Jul 18, 2020, 2:47 AM IST

ଜଗତସିଂହପୁର: ରାଜ୍ୟରେ ଥମୁନାହିଁ ମହାମାରୀ କୋରୋନା ସଂକ୍ରମଣ । ପ୍ରତିଦିନ ଶହଶହ ପଜିଟିଭ ମାମଲା ସାମ୍ନାକୁ ଆସୁଥିବାବେଳେ ଜଗତସିଂହପୁର ଜିଲ୍ଲାରେ ଶୁକ୍ରବାର ଆଉ 16 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ତିର୍ତ୍ତୋଳ ଅଞ୍ଚଳର ଗୋଟିଏ ପରିବାରର 3 ଜଣ କୋରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଜଗତସିଂହପୁରରେ ଆଉ 16 ଆକ୍ରାନ୍ତ ଚିହ୍ନଟ, ଗୋଟିଏ ପରିବାରରୁ 3 ପଜିଟିଭ

ସରକାରୀ ସୂଚନା ଅନୁସାରେ ତର୍ତ୍ତୋଳର ଜଣେ ବ୍ୟକ୍ତି ଗତ କିଛି ଦିନ ତଳେ ବାହାର ରାଜ୍ୟରୁ ଫେରି ହୋମ କ୍ବାରେଣ୍ଟାଇନରେ ରହିଥିଲେ । ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ପରେ ସେହି ବ୍ୟକ୍ତି ଜଣକ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ତାଙ୍କ ପରିବାରର ଆଉ 2 ଜଣ ମଧ୍ୟ ଏହି ଭାଇରସ ଦ୍ବାରା ସଂକ୍ରମିତ ଅଛନ୍ତି ।

ଜଗତସିଂହପୁରରେ ଆଉ 16 ଆକ୍ରାନ୍ତ ଚିହ୍ନଟ, ଗୋଟିଏ ପରିବାରରୁ 3 ପଜିଟିଭ

ସେହିପରି ଜିଲାରେ 16 ଆକ୍ରାନ୍ତଙ୍କ ମଧ୍ୟରୁ କୁଜଙ୍ଗରୁ 4, ପାରାଦୀପରୁ 6, ଏରସମାରୁ ଓ ବାଲିକୁଦାରୁ 2 ଜଣ ଲେଖାଏଁ ପଜିଟିଭ ଅଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 369ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ 342 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ସୁଦ୍ଧା 127 ଜଣ ପାରାଦୀପ କୋଭିଡ ହସ୍ପିଟାଲ ଓ ଭୁବନେଶ୍ବର କିମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details