ଓଡିଶା

odisha

ETV Bharat / state

ବଜେଟ୍‌ 2019: ସାମାଜିକ ନିରାପତ୍ତା ବ୍ୟବସ୍ଥାକୁ ସ୍ବତନ୍ତ୍ର ନଜର - ବଜେଟ୍‌

3ଥର ଗୃହ ମୁଲତବୀ ପରେ ଆରମ୍ଭ ହେଲା ପଞ୍ଚଦଶ ବିଧାନସଭା ଶେଷ ଅଧିବେଶନର ଚତୁର୍ଥ କାର୍ଯ୍ୟ ଦିବସ । ତେବେ ସାମାଜିକ ନିରାପତ୍ତା ବ୍ୟବସ୍ଥାକୁ ନେଇ କ'ଣ ରହିଛି ରାଜ୍ୟ ବଜେଟ୍‌, ନଜର ପକାନ୍ତୁ...

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

By

Published : Feb 9, 2019, 7:17 AM IST

ଭୁବନେଶ୍ୱର: 3ଥର ଗୃହ ମୁଲତବୀ ପରେ ଆରମ୍ଭ ହେଲା ପଞ୍ଚଦଶ ବିଧାନସଭା ଶେଷ ଅଧିବେଶନର ଚତୁର୍ଥ କାର୍ଯ୍ୟ ଦିବସ । ଅର୍ଥମନ୍ତ୍ରୀ ଶଶୀଭୂଷଣ 2019-20 ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ରାଜ୍ୟର ଅଭିବୃଦ୍ଧି ଲାଗି ରହିଥିବା ଚାହିଦା ପାଇଁ ସମ୍ବଳର ଆବଶ୍ୟକତା ରହିଛି ବୋଲି ନିଜ ପ୍ରାରମ୍ଭିକ ବଜେଟ ଭାଷଣରେ ଜଣାଇଛନ୍ତି ଶଶୀଭୂଷଣ । ତେବେ ସାମାଜିକ ନିରାପତ୍ତା ବ୍ୟବସ୍ଥାକୁ ନେଇ କ'ଣ ରହିଛି ରାଜ୍ୟ ବଜେଟ୍‌, ନଜର ପକାନ୍ତୁ..

ରାଜ୍ୟର ଦୁର୍ବଳ ଓ ଅବହେଳିତ ବର୍ଗର ଅଭାବ ଓ ଆବଶ୍ୟକତା ପାଇଁ ଆରମ୍ଭ ହୋଇଛି ମଧୁବାବୁ ପେନସନ ଯୋଜନା । ଯାହା ମାଧ୍ୟମରେ ସାମାଜିକ ନିରାପତ୍ତା ପେନସନକୁ ସାର୍ବଜନୀନ କରାଯାଇ ପ୍ରାୟ 48ଲକ୍ଷ ଜନସାଧାରଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । କେନ୍ଦ୍ର ସରକାର ଏଥିପାଇଁ 20 ଲକ୍ଷ ହିତାଧାକାରୀଙ୍କୁ ମାସିକ 200ଟଙ୍କା ଲେଖାଏଁ ପେନସନ୍‌ ଯୋଗାଉଥିବା ବେଳେ ରାଜ୍ୟ ସରକାର ମାସିକ 500ଟଙ୍କା ଯୋଗାଇବାକୁ ସ୍ଥିର କରିଛନ୍ତି । ସେହିଭଳି 80ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 700 ଟଙ୍କା ଲେଖାଏଁ ପେନସନ ଯୋଗାଇବାକୁ ସ୍ଥିର କରାଯାଇଛି ।

ଏନେଇ ରାଜ୍ୟର 30ଟି ଜିଲ୍ଲାର ପୌରାଞ୍ଚଳରେ 'ଆହାର' ଯୋଜନାରେ 118ଗୋଟି ଆହାର କେନ୍ଦ୍ର ଖୋଲାଯାଇଛି । ଯେଉଁଥିରେ ଅଭାବୀ ଲୋକମାନଙ୍କୁ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ରନ୍ଧା ଖାଦ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଛି । ଏଥିରେ 31 ଡିସେମ୍ବର, 2018ରୁ ଡାକ୍ତରଖାନା ପାଖରେ 56 ଗୋଟି ଆହାର କେନ୍ଦ୍ର ଖୋଲା ଯାଇ ରାତିରେ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି ।

କେବଳ ସେତିକି ନୁହେଁ, ଗରିବ ଓ ଅଭାବୀ ଲୋକମାନଙ୍କୁ ସେମାନଙ୍କର ସମ୍ପର୍କୀୟମାନଙ୍କର ଶେଷକୃତ୍ୟ ସମାପନ କରିବା ପାଇଁ 'ହରିଶ୍ଚନ୍ଦ୍ର' ଯୋଜନା କରାଯାଇଛି । ଯେଉଁଥିରେ ଗ୍ରାମ ପଞ୍ଚାୟତ ମାଧ୍ୟମରେ ଗ୍ରାମାଞ୍ଚଳରେ 2 ହଜାର ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ମାଧ୍ୟମରେ ସହରାଞ୍ଚଳରେ 3 ହଜାର ଟଙ୍କା ପ୍ରଦାନ କରୁଛନ୍ତି ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

ABOUT THE AUTHOR

...view details