ଓଡିଶା

odisha

ETV Bharat / state

ବଜେଟ୍‌ 2019: ସ୍ବାସ୍ଥ୍ୟସେବା ପାଇଁ ସ୍ଥାପନ ହେଲା ନୂଆ ଭେଷଜ ମହାବିଦ୍ୟାଳୟ - ଭେଷଜ ମହାବିଦ୍ୟାଳୟ

3ଥର ଗୃହ ମୁଲତବୀ ପରେ ଆରମ୍ଭ ହେଲା ପଞ୍ଚଦଶ ବିଧାନସଭା ଶେଷ ଅଧିବେଶନର ଚତୁର୍ଥ କାର୍ଯ୍ୟ ଦିବସ । ତେବେ ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବାକୁ ନେଇ କ'ଣ ରହିଛି ରାଜ୍ୟ ବଜେଟ୍‌, ନଜର ପକାନ୍ତୁ...

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

By

Published : Feb 9, 2019, 10:07 AM IST

ଭୁବନେଶ୍ୱର: 3ଥର ଗୃହ ମୁଲତବୀ ପରେ ଆରମ୍ଭ ହେଲା ପଞ୍ଚଦଶ ବିଧାନସଭା ଶେଷ ଅଧିବେଶନର ଚତୁର୍ଥ କାର୍ଯ୍ୟ ଦିବସ । ଅର୍ଥମନ୍ତ୍ରୀ ଶଶୀଭୂଷଣ 2019-20 ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ରାଜ୍ୟର ଅଭିବୃଦ୍ଧି ଲାଗି ରହିଥିବା ଚାହିଦା ପାଇଁ ସମ୍ବଳର ଆବଶ୍ୟକତା ରହିଛି ବୋଲି ନିଜ ପ୍ରାରମ୍ଭିକ ବଜେଟ ଭାଷଣରେ ଜଣାଇଛନ୍ତି ଶଶୀଭୂଷଣ । ତେବେ ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବାକୁ ନେଇ କ'ଣ ରହିଛି ରାଜ୍ୟ ବଜେଟ୍‌, ନଜର ପକାନ୍ତୁ...

ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାର ସ୍ବପ୍ନକୁ ପୂରା କରିବାକୁ ଯାଇ ଲୋକାର୍ପିତ ହୋଇଛି 'ବିଜୁ ସ୍ବାସ୍ଥ୍ୟ କଲ୍ୟାଣ' ଯୋଜନା । ଏଥିରେ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ସାମଗ୍ରିକ, ସୁନିଶ୍ଚିତ ଓ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଉପକେନ୍ଦ୍ରଠାରୁ ଆରମ୍ଭ କରି ଭେଷଜ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି ।

ତେବେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ 5 ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଉଥିବା ବେଳେ ରାଜ୍ୟ ସରକାରଙ୍କର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ମହିଳା ହିତାଧିକାରୀମାନଙ୍କୁ 7 ଲକ୍ଷ ଟଙ୍କା ଯୋଗାଇ ଦିଆଯିବ । ସେହିପରି 'ସୁସ୍ଥ ଓଡିଶା ସୁଖି ଓଡିଶା' ଲକ୍ଷ୍ୟ ନେଇ ସରକାର 3 ଗୋଟି ଭେଷଜ ମହାବିଦ୍ୟାଳୟର ସିଟ୍‌ ସଂଖ୍ୟା ବୃଦ୍ଧି କରିବା ସହ 4 ଗୋଟି ନୂଆ ସରକାରୀ ଭେଷଜ ମହାବିଦ୍ୟାଳୟ ସ୍ଥାପନ କରିଛନ୍ତି ।

ଏହାଛଡା ଆଗାମୀ ଦିନମାନଙ୍କରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଉ 5 ଗୋଟି ନୂଆ ସରକାରୀ ଭେଷଜ ମହାବିଦ୍ୟାଳୟ ସ୍ଥାପନ କରିବାର ଯୋଜନା ରହିଛି ବୋଲି ପ୍ରକାଶ ହୋଇଛି ।

ଭୁବନେଶ୍ୱରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details