ଓଡିଶା

odisha

ETV Bharat / state

କୁହୁଳୁଛି OSRTC କର୍ମଚାରୀଙ୍କ ନିଆଁ, 12 ଘଣ୍ଟିଆ ଭଞ୍ଜନଗର ବନ୍ଦ

ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ 12 ଘଣ୍ଟିଆ ବନ୍ଦ ପାଳନ । ବନ୍ଦ ଡାକରା ଭଞ୍ଜନଗର ମିଳିତ କାର୍ଯ୍ୟାନୁଷ୍ଠାନ ପକ୍ଷରୁ ଦିଆଯାଇଛି ।

By

Published : May 21, 2019, 10:15 AM IST

Updated : May 21, 2019, 7:05 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭଞ୍ଜନଗର

ଭଞ୍ଜନଗର: କୁହୁଳୁଛି ଓଏସଆରଟିସି କର୍ମଚାରୀଙ୍କ ଅସନ୍ତୋଷର ନିଆଁ । କର୍ମଚାରୀଙ୍କ ଧାରଣା ଆଜିକୁ ଦଶମ ଦିନରେ ପହଞ୍ଚିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ଡାକରା ଭଞ୍ଜନଗର ମିଳିତ କାର୍ଯ୍ୟାନୁଷ୍ଠାନ ପକ୍ଷରୁ ଦିଆଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ବନ୍ଦ ଯୋଗୁଁ ଜିଲ୍ଲାରେ ଯାତାୟତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ । ବସ ଚଳାଚଳ ବନ୍ଦ ଥିବା ବେଳେ ଦୋକାନ ବଜାର ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା । ଏଥିପାଇଁ ସାଧାରଣ ଜନତା ନାହିଁ ନଥିବା ହଇରାଣ ହୋଇଥିଲେ ।

ତେବେ ଓଏସଆରଟିସିର ଅସ୍ଥାୟୀ କର୍ମଚାରୀଙ୍କ ସାତ ମାସର ବକେୟା ଦରମାକୁ ପ୍ରତିବାଦ କରି ମିଳିତ କାର୍ଯ୍ୟାନୁଷ୍ଠାନ ଏହି ବନ୍ଦ ପାଳନ କରୁଛି । ଏଥିରେ ସହରର ସବୁ ସଙ୍ଗଠନର ସହଯୋଗ ରହିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : May 21, 2019, 7:05 PM IST

ABOUT THE AUTHOR

...view details