ଓଡିଶା

odisha

କୋରୋନା କବଳରୁ ରକ୍ଷା ପାଇଁ ଗ୍ରାମଦେବତୀଙ୍କ ପାଖେ ଗୁହାରୀ

କୋରୋନା ମହାମାରୀରୁ ବର୍ତ୍ତିବା ପାଇଁ ଗ୍ରାମଦେବତୀଙ୍କ ପାଖେ ଗୁହାରୀ କଲେ ଗଞ୍ଜାମ ଜିଲ୍ଲା ରତନପୁର ଗ୍ରାମର ମହିଳା ।

By

Published : Jul 21, 2020, 10:50 PM IST

Published : Jul 21, 2020, 10:50 PM IST

Women appealed to the village goddess to escape from coronavirus
କୋରୋନା କବଳରୁ ରକ୍ଷା ପାଇଁ ଗ୍ରାମଦେବତୀଙ୍କ ପାଖେ ଗୁହାରୀ

ଭଞ୍ଜନଗର: କୋରୋନା ମହାମାରୀକୁ ନେଇ ସାରାବିଶ୍ବରେ ହାହାକାର ପଡିଛି ଗଞ୍ଜାମ ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକ ଜଣ ସୁସ୍ଥହୋଇ ଘରକୁ ଫେରିଲେଣି ।

କୋରୋନା କବଳରୁ ରକ୍ଷା ପାଇଁ ଗ୍ରାମଦେବତୀଙ୍କ ପାଖେ ଗୁହାରୀ

ଜିଲ୍ଲାର ସୋରଡ଼ା ବ୍ଲକ ରତନପୁର ଗ୍ରାମରେ ଆଜି ଚାରିଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଥିଲା । ଗ୍ରାମର ମହିଳା ମାନେ ନୁଆଁ ଲୁଗା ପିନ୍ଧି ଗ୍ରାମରେ ଥିବା ଗ୍ରାମଦେବତୀଙ୍କ ପାଖରେ ପୂଜା ଅର୍ଚ୍ଚନା କରିବା ଦେଖାଯାଇଥିଲା । ସାଙ୍ଗକୁ ଏହି କୋରୋନା ମହାମାରୀ ବିପତ୍ତିରୁ ଗ୍ରାମକୁ ରକ୍ଷା କରିବାକୁ ଗ୍ରାମଦେବତୀଙ୍କ ପାଥରେ ଗୁହାରିଆ ପଡ଼ିଥିଲେ ।

ଏଥିସହିତ ସାରା ବିଶ୍ବକୁ ରୋଗମୁକ୍ତ କରିବାକୁ ମା ଙ୍କ ପାଖରେ ପ୍ରାଥନା କରିଥିଲେ । ପୂଜା ଶେଷ ହେବାପରେ ପଣା, ମୁଆଁ,ନଡ଼ିଆ ଆଦି ପୋଖରୀରେ ବିସର୍ଜନ କରିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details