ଭଞ୍ଜନଗର: ବାୟୁସେନାର ଏଏନ୍-32 ବିମାନ ସହ ଓଡିଆ ପାଇଲଟଙ୍କ ନିଖୋଜକୁ ବିତିଛି 6 ଦିନ । ଏନେଇ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ତଲାସି ଅଭିଯାନ ଚାଲିଥିଲେ ମଧ୍ୟ ମିଳି ନାହିଁ କୌଣସି ସଫଳତା । ତେବେ ଏହି ବିମାନ ସହ ନିଖୋଜ ହୋଇଯାଇଛନ୍ତି କବିସୂର୍ଯ୍ୟନଗର ବଳିଆ ପଲ୍ଲୀର ଓଡିଆ ପାଇଲଟ ସୁନିତ ମହାନ୍ତି ।
ନିଖୋଜ ଓଡିଆ ପାଇଲଟ ସୁନିତଙ୍କ ପାଇଁ ଆରମ୍ଭ ହେଲା ପୂଜାର୍ଚ୍ଚନା
ବାୟୁସେନାର ଏଏନ୍-32 ବିମାନ ସହ ଓଡିଆ ପାଇଲଟଙ୍କ ନିଖୋଜକୁ ବିତିଛି 6 ଦିନ । ତେବେ ଏହି ବିମାନ ସହ ନିଖୋଜ ହୋଇଯାଇଛନ୍ତି କବିସୂର୍ଯ୍ୟନଗର ବଳିଆ ପଲ୍ଲୀର ଓଡିଆ ପାଇଲଟ ସୁନିତ ମହାନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
ସୁନିତଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଗ୍ରାମବାସୀ ଚିନ୍ତିତ ଥିବା ବେଳେ ସେ ସୁରକ୍ଷିତ ଭାବେ ଘରକୁ ଫେରି ଆସିବା ପାଇଁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ଏନେଇ ଗାଁରେ ଥିବା ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସୁନିତଙ୍କୁ ତୁରନ୍ତ ଠାବ କରିବା ପାଇଁ ନିବେଦନ ଜଣାଇଛନ୍ତି ଗ୍ରାମବାସୀ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ