ଭଞ୍ଜନଗର: ଦିନକୁ ଦିନ ସଂକୋଚିତ ହେବାରେ ଲାଗିଛି ତାରସିଙ୍ଗି ବନାଞ୍ଚଳ ଘୋଗଡ଼ ଜଙ୍ଗଲ । କିଛି ଅସାଧୁ କର୍ମଚାରୀ ଓ କାଠ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ତାରସିଙ୍ଗି ବନାଞ୍ଚଳ ଘୋଗଡ଼ ଜଙ୍ଗଲ କମି କମି ଯାଉଛି । ବନ କର୍ମଚାରୀଙ୍କ ନିରବତାର ସୁଯୋଗ ନେଇ କାଠ ମାଫିଆ ମାନେ ସକ୍ରିୟ ହୋଇଉଠିଛନ୍ତି ।
ବନ କର୍ମଚାରୀ ଓ କାଠ ମାଫିଆଙ୍କ ମଧୁଚନ୍ଦ୍ରିକା, ସଫା ହେଲାଣି ଘୋଗଡ ଜଙ୍ଗଲ - ସଫା ହେଉଛି ଘୋଗଡ ଜଙ୍ଗଲ
ସଫା ହେଉଛି ଘୋଗଡ ଜଙ୍ଗଲ । କର୍ମଚାରୀ ଓ କାଠ ମାଫିଆଙ୍କ ମଧୁଚନ୍ଦ୍ରିକା ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ । ଅଧିକ ସୂଚନା ପାଇଁ ଆଗକୁ ପଢନ୍ତୁ...
ଜଙ୍ଗଲ ମଧ୍ୟରେ ଥିବା ବଡ଼ ବଡ଼ ଶାଳ ଗଛ ଗୁଡିକୁ ମୂଳରେ କାଟି ଗୋଲେଇ କରିଦେଉଛନ୍ତି । ଯାହାଫଳରେ କିଛିଦିନପରେ ଗଛଟି ମରି ଶୁଖିଯାଉଛି । ଏଭଳି ଭାବେ ଜଙ୍ଗଲ ସଫା କରିଦେଉଛନ୍ତି ମାଫିଆ । ଅନ୍ୟପଟେ ମାଫିଆଙ୍କ ଠାରୁ ଲାଭ ପାଇ ନିରବଦ୍ରଷ୍ଟା ସାଜିଛନ୍ତି ବନ କର୍ମୀ ।
ସେହିଭଳି ବନ ସୁରକ୍ଷା ସମିତିର ସଭ୍ୟମାନେ ମଧ୍ୟ ସବୁଜାଣି ଚୁପ ବସିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଜଙ୍ଗଲ ସୃଷ୍ଟି କରିବା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଜଙ୍ଗଲ ସଫା କରି ଚାଷ ଜମିରେ ପରିଣତ କରିବାକୁ ବନକର୍ମଚାରୀ ମାନେ ମାଫିଆଙ୍କୁ ସାହାଯ୍ୟ କରୁଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ