ଓଡିଶା

odisha

ETV Bharat / state

ମୋ ଗୁହାଳ ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ

ମୋ ଗୁହାଳ ଯୋଜନାର ଅର୍ଥ ପ୍ରଦାନ କରିବାକୁ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ଗିରଫ କରି ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ । ଅଧିକ ପଢ଼ନ୍ତୁ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

By

Published : Sep 3, 2022, 9:31 AM IST

ବ୍ରହ୍ମପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଲେ କନିଷ୍ଠ ଯନ୍ତ୍ରୀ (junior engineer in vigilance scanner) । ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଜଣେ ହିତାଧିକାରୀଙ୍କ ଠାରୁ ମୋ ଗୁହାଳ ଯୋଜନାର ଅର୍ଥ ପ୍ରଦାନ କରିବାକୁ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ।

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ସୂଚନା ଅନୁସାରେ ଯନ୍ତ୍ରୀ ଜଣକ ବେଗୁନିଆପଡ଼ା ବ୍ଳକର ବୁରୁଝୁରୀ ପଞ୍ଚାୟତ ଦାୟିତ୍ବରେ କାର୍ଯ୍ୟରତ ରହିଛନ୍ତି । ତେବେ ଏକ ଆଦର୍ଶ ଗାଈ ଗୁହାଳ ବିଲ୍ ପାସ୍ କରାଇବାକୁ ଜଣେ ହିତାଧିକାରୀଙ୍କ ଠାରୁ ଏଭଳି ଲାଞ୍ଚ ଦାବି କରିଥିଲେ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ । ଏନେଇ ହିତାଧିକାରୀ ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଏହାପରେ ସେହି ଯନ୍ତ୍ରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଭିଜିଲାନ୍ସ ବିଭାଗ ।

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ପୂର୍ବ ଯୋଜନା ଅନୁସାରେ ହିତାଧିକାରୀ ଜଣଙ୍କ ଦାବି ମୂତାବକ ୭ ହଜାର ଟଙ୍କା ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଦେଉଥିଲେ । ଏହି ସମୟରେ ଲୁଚି ରହିଥିବା ଭିଜିଲାନ୍ସ ବିଭାଗର ଟିମ ଚଢ଼ାଉ କରି ଲାଞ୍ଚୁଆ ଯନ୍ତ୍ରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଯନ୍ତ୍ରୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଦୁଇଟି ସ୍ଥାନରେ ଚଢାଉ କରି ଘଟଣାର ଅଧିକ ଖୋଳତାଡ଼ କରୁଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details