ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ସମସ୍ତ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ଯକୁ ଜୋରଦାର କରାଯାଇଛି। ଏହି କ୍ରମରେ ମଙ୍ଗଳବାର କବିସୂର୍ଯ୍ଯନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ଯ ବିଜେପିର ପ୍ରଚାର କାର୍ଯ୍ଯ ଆରମ୍ଭ ହୋଇଛି।
ବିଜେପିର କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜ କୁମାର ସିଂହ ଓ ଅଭିନେତ୍ରୀ ଅନୁଚୌଧୁରୀ ଗୁଡିଆଳି ଛକରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ପ୍ରଚାର ଅଭିଯାନ ଆଗକୁ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ରାଜ୍ଯ ସରକାରଙ୍କୁ ସମାଲୋଚନା କରିବା ସହିତ ଚଳିତ ନିର୍ବାଚନରେ ବିଜେଡି ସରକାରକୁ ହଟାଇ ବିଜେପି ସରକାର ଗଠନ କରିବା ସହ ଓଡିଶାର ବିକାଶ ଧାରାକୁ ଆଗେଇନେବା ବୋଲି କହିଥିଲେ।