ଓଡିଶା

odisha

By ETV Bharat Odisha Team

Published : Oct 6, 2023, 12:57 PM IST

ETV Bharat / state

ଗଞ୍ଜାମ ଗସ୍ତରେ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ, ବିଭିନ୍ନ କାର୍ଯ୍ୟକ୍ରମରେ ହେଲେ ସାମିଲ

ଗଞ୍ଜାମ ଗସ୍ତରେ ଆସି ପାତ୍ରପୁର ଠାରେ ମାଟି ସଂଗ୍ରହ କଲେ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ। ପି.ଏମ୍ ହାଇସ୍କୁଲ ପରିଦର୍ଶନ ଛାତ୍ରୀଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କଲେ ଦର୍ଶନା । ଅଧିକ ପଢନ୍ତୁ

Etv Bharat
Etv Bharat

ବ୍ରହ୍ମପୁର:ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ। ମୋ ମାଟି ମୋ ଦେଶ ଅଭିଯାନରେ ପାତ୍ରପୁର ଠାରେ ମାଟି ସଂଗ୍ରହ କରିବା ସହ ବିଦ୍ୟାଳୟରେ ଛାତ୍ରୀଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କରିଛନ୍ତି ରାଷ୍ଟ୍ରମନ୍ତ୍ରୀ ଦର୍ଶନା । ବୁଧବାର ଗଞ୍ଜାମ ଗସ୍ତରେ ଆସି ଖଲ୍ଲିକୋଟ୍‌ ଅଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ପରେ ଦ୍ବିତୀୟ ଦିନରେ ଜିଲ୍ଲାର ଗୋପାଳପୁର ଠାରେ ବସ୍ତି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହାପରେ ବସ୍ତି ଲୋକଙ୍କ ସହ ଆଲୋଚନା କରିଥିଲେ ।

union minister darshana jardosh visits ganjam

ପରେ ପି.ଏମ୍ ହାଇସ୍କୁଲ ପରିଦର୍ଶନ କରି ସେଠାରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କରିଥିଲେ । ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଶିକ୍ଷା ସମ୍ପର୍କୀୟ ଯୋଜନା ଗୁଡିକ ବୁଝାଇବା ସହିତ ଝିଅ ମାନେ ଉଚ୍ଚଶିକ୍ଷିତ ହୋଇ ଆଗକୁ ବଢିବା ନିମନ୍ତେ ଅନେକ ଉପଦେଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ ଦର୍ଶନା ଜରଦୋଷ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ଗଞ୍ଜାମ ବିଜେପି ସଭାପତି ବିଭୂତି ଭୂଷଣ ଜେନା, ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି, ପଞ୍ଚାନନ ବେହେରା ସମେତ ଅନେକ କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିନୋଦିନୀ ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵାଗତ କରିବା ପରେ ବିଦ୍ୟାଳୟ ପରିଦର୍ଶନ କରାଇଥିଲେ ।

union minister darshana jardosh visits ganjam

ଏହା ମଧ୍ୟ ପଢନ୍ତୁ-ବିଜେପିର ଜନସମ୍ପର୍କ ଅଭିଯାନ: ବ୍ରହ୍ମପୁରରେ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ

ଏହା ମଧ୍ୟ ପଢନ୍ତୁ-Union Minister Visits Gajapati: ଗଜପତି ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ

ସେହିପରି ଗୋପାଳପୁର କାର୍ଯ୍ୟକ୍ରମ ପରେ ପାତ୍ରପୁରଠାରେ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ ନିଜେ ସ୍କୁଟି ଚଳାଇ ଶୋଭାଯାତ୍ରାରେ ନେତୃତ୍ୱ ନେଇଥିଲେ । ଶେଷରେ ପାତ୍ରପୁର ଠାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେଇ ମାଟି ସଂଗ୍ରହ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଦେଶବ୍ୟାପୀ ଆରମ୍ଭ ହୋଇଛି 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ । ଏହି କ୍ରମରେ ଦର୍ଶନା ଜରଦୋଷ ପାତ୍ରପୁରଠାରେ ଏକ ଶୋଭାଯାତ୍ରାରେ ବୁଲିବୁଲି ମାଟି ସଂଗ୍ରହ କରିଥିଲେ । ବହୁ ବିଜେପି କର୍ମୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

union minister darshana jardosh visits ganjam

ଏହା ମଧ୍ୟ ପଢନ୍ତୁ-କନ୍ଧମାଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ; ଘର ଘର ବୁଲି ମାଟି ସଂଗ୍ରହ କଲେ ମନମୋହନ


ଗତ ଜୁନ୍‌ ମାସରେ ମୋଦି ସରକାରଙ୍କ 9 ବର୍ଷ ପୂର୍ତ୍ତି ଅବସରରେ ବ୍ରହ୍ମପୁର ଗସ୍ତରେ ଆସିଥିଲେ ଦର୍ଶନା ଜରଦୋଷ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ସଫଳତା ବିଷୟରେ ବଖାଣିଥିଲେ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ ।

ABOUT THE AUTHOR

...view details