ଓଡିଶା

odisha

ETV Bharat / state

ବ୍ରହ୍ମପୁରରୁ ପୁରୀ ଅଭିମୁଖେ 2 ରିଲିଫ୍ ବୋଝେଇ ଟ୍ରକ

ବାତ୍ୟା ଫନିରେ ଶ୍ରୀହିନ ହୋଇଯାଇଛି ଶ୍ରୀକ୍ଷେତ୍ର । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲ୍ଲା । ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ପ୍ରଶାସନ । ବିପନ୍ନଙ୍କୁ ଖାଦ୍ୟ ଓ ପାନୀୟ ଦେବା ପାଇଁ ଶୁକ୍ରବାର ଗଞ୍ଜାମରୁ ପୁରୀ ଅଭିମୁଖେ ବାହାରିଛି ଦୁଇଟି ରିଲିଫ୍ ବୋଝେଇ ଟ୍ରକ ।

By

Published : May 8, 2019, 9:43 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବାତ୍ୟା ଫନିରେ ଶ୍ରୀହିନ ହୋଇଯାଇଛି ଶ୍ରୀକ୍ଷେତ୍ର । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲ୍ଲା । ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ପ୍ରଶାସନ । ବିପନ୍ନଙ୍କୁ ଖାଦ୍ୟ ଓ ପାନୀୟ ଦେବା ପାଇଁ ଶୁକ୍ରବାର ଗଞ୍ଜାମରୁ ପୁରୀ ଅଭିମୁଖେ ବାହାରିଛି ଦୁଇଟି ରିଲିଫ୍ ବୋଝେଇ ଟ୍ରକ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର
ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଏହି ରିଲିଫ୍ ବଣ୍ଟନ କରାଯିବ । ଦୟନୀୟ ଅବସ୍ଥାରେ ଥିବା ପିଡିତ ମାନଙ୍କୁ କିପରି ରିଲିଫ୍ ସାମଗ୍ରୀ ଯଥାଶୀଘ୍ର ଦିଆଯିବ, ସେଥିପାଇଁ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ଜୀବନ ବିତାଇବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ, ପାନୀୟ ଜଳ, ଶୁଖିଲା ଖାଦ୍ଯ ସହ ଅନ୍ୟାନ୍ୟ ସାମଗ୍ରୀ ପଠାଯାଇଛି ।

ଆଜି ସ°ନ୍ଧ୍ୟା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଉପଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀଙ୍କ ଉପସ୍ଥିତରେ ପୁରୀକୁ ଏହି ରିଲିଫ ସାମଗ୍ରୀ ପଠାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details