ଓଡିଶା

odisha

ETV Bharat / state

ଦ୍ବିତୀୟ ପର୍ଯ୍ୟାୟ ମତଦାନ: ଗାଡି ଉପରେ ଢେଲା ମାଡ, 2 ଆହତ

ମତଦାନ ବେଳେ ପୋଲସରାରେ ରାଜନୈତିକ ହିଂସା। କିଛି ଦୁର୍ବୃତ୍ତ ଏକ ଚାରି ଚକିଆ ଗାଡି ଉପରକୁ ପଥର ମାଡ କରିଥିଲେ। ଆକ୍ରମଣରେ ଗାଡି ଚାଳକ ନିରଞ୍ଜନ ସାହୁ ଓ ଯାତ୍ରୀ କାହ୍ନୁଚରଣ ସ୍ବାଇଁ ଗୁରୁତର ହୋଇଛନ୍ତି।

By

Published : Apr 19, 2019, 11:01 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପ୍ରତିନିଧି, ବ୍ରହ୍ମପୁର

ଭଞ୍ଜନଗର: ସରିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ମାତ୍ର ମତଦାନ ସମୟରେ ଗଞ୍ଜାମ ଜିଲ୍ଲା ପୋଲସରାରେ ଦେଖାଦେଇଥିଲା ରାଜନୈତିକ ହିଂସା। କିଛି ଦୁର୍ବୃତ୍ତ ଏକ ଚାରି ଚକିଆ ଗାଡି ଉପରକୁ ପଥର ମାଡ କରିଥିଲେ। ଏହି କାରଣରୁ ଚାଳକ ନିରଞ୍ଜନ ସାହୁ ଗୁରୁତର ଓ ଗାଡିରେ ବସିଥିବା କାହ୍ନୁଚରଣ ସ୍ବାଇଁ ଗୁରୁତର ହୋଇଛନ୍ତି।

ଗୁରୁତର ହୋଇଥିବା କାହ୍ନୁଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ପୋଲସରାର ରାଣୀପଡା ଛକ ନିକଟରୁ କାହ୍ନୁ ଫେରୁଥିବା ବେଳେ ମେଡିକାଲ ଛକ ନିକଟରେ କେତେକ ଦୁର୍ବୃତ୍ତ ତାଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଗାଡି ଉପରକୁ ପଥର ଓ ଢେଲା ମାଡ କରିବାରୁ ଏଭଳି ଘଟଣା ଘଟିଥିବା କୁହାଯାଇଛି। ଏନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details