ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗୌଡ଼ଗୋଠ ପଂଚାୟତର ତୁହାର ଗ୍ରାମ ପାହାଡ଼ ଜଙ୍ଗଲ ଘେରା । ଏହି ଆଦିବାସୀ ଗ୍ରାମରେ ପଚିଶ ଆଦିବାସୀ ପରିବାର ବସବାସ କରନ୍ତି । ଏହି ଆଦିବାସୀଙ୍କୁ ଏଯାବତ୍ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି କୌଣସି ମୌଳିକ ସୁବିଧା ମିଳି ନାହିଁ । ଏଠାରେ ଗ୍ରାମ ଅଙ୍ଗନବାଡି କେନ୍ଦ୍ର ଅଛି କିନ୍ତୁ ନିଜସ୍ବ ଗୃହ ନାହିଁ । ସରକାରଙ୍କ ପକ୍ଷରୁ ଆଜକୁ ପାଞ୍ଚବର୍ଷ ହେଲା ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ହୋଇଛି ହେଲେ ଅଧପନ୍ତରିଆ ହୋଇ ପଡି ରହିଛି ।
ଠିକାଦାର ଅଧପନ୍ତରିଆ କରି ଛାଡି ଦେଇଛି । ଫଳରେ ଗ୍ରାମର କୁନି କୁନି ପିଲାମାନେ ସୁଷମ ଖାଦ୍ୟରୁ ବଞ୍ଚିତ ହେବା ସହ ପାଠ ପଢ଼ାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ।