ଓଡିଶା

odisha

ETV Bharat / state

ଆଦିବାସୀ ଇଲାକାରେ ବିକାଶ ଅପହଞ୍ଚ - ଭଞ୍ଜନଗର

ବଣ ପାହାଡ ଘେରା ଗଞ୍ଜାମ ଜିଲ୍ଲା । ଏ ଜିଲ୍ଲା ଯେତିକି ସୁନ୍ଦର ଏଠି ବସବାସ କରୁଥିବା ଆଦିବାସୀ ମଧ୍ୟ ସେତିକି ସରଳ ଓ ନୀରିହ । ଆଦିବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ହେଲେ ଯୋଜନ ଦୂରେ ଯୋଜନା । ସ୍ବାଧୀନତାର 70 ବର୍ଷ ପରେ ବି ଏମାନେ ଦେଖିବାକୁ ପାଇଲେ ନାହିଁ ବିକାଶ ।

ଫଟୋ ସୌଜନ୍ୟ: ପ୍ରତିନିଧି ଭଞ୍ଜନଗର

By

Published : Jul 1, 2019, 4:09 PM IST

ଭଞ୍ଜନଗର: ବଣ ପାହାଡ ଘେରା ଗଞ୍ଜାମ ଜିଲ୍ଲା । ଏ ଜିଲ୍ଲା ଯେତିକି ସୁନ୍ଦର ଏଠି ବସବାସ କରୁଥିବା ଆଦିବାସୀ ମଧ୍ୟ ସେତିକି ସରଳ ଓ ନୀରିହ । ଆଦିବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ହେଲେ ଯୋଜନ ଦୂରେ ଯୋଜନା । ସ୍ବାଧୀନତାର 70 ବର୍ଷ ପରେ ବି ଏମାନେ ଦେଖିବାକୁ ପାଇଲେ ନାହିଁ ବିକାଶ । ଏବେବି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ବାଲିନାଳ ଗାଁର ଅଧିବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭଞ୍ଜନଗର

ବିକାଶ ଠାରୁ ବହୁ ଦୂରରେ ରହୁଥିବା ଏହି ଗାଁରେ 50 ଆଦିବାସୀ ପରିବାର ବସବାସ କରନ୍ତି । ଗାଁରେ ସ୍କୁଲ ଅଛି, ଶିକ୍ଷକ ଆସୁନାହାଁନ୍ତି । ନଳକୂପ ଅଛି ହେଲେ ପାଣି ବାହାରୁନି । ଏହି ନିରିହ ଆଦିବାସି ଲୋକମାନଙ୍କ ରୋଜଗାର କହିଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାନ୍ତି । ନଚେତ୍ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳିଥାନ୍ତି ।

କିନ୍ତୁ ଗମନାଗମନ ପାଇଁ ଥିବା ମୁଖ୍ୟ ରାସ୍ତା ପଞ୍ଚାୟତକୁ 5 କିଲୋମିଟର ହେଉଥିବା ବେଳେ ବ୍ଳକକୁ 40 କିଲୋମିଟର ଯିବାକୁ ପଡିଥାଏ । ଯାହା ଦୀର୍ଘ ଦିନ ହେଲା ଖାଲଖମାରେ ପଡିରହିଛି । ଗ୍ରାମବାସୀ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରି ଆଶୁଛନ୍ତି ହେଲେ କେହି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ରାସ୍ତା ଖରାପ ଥିବାରୁ ବର୍ଷା ଦିନେ 102 କିମ୍ବା 108 ଆମ୍ବୁଲାନ୍ସ ଆସେନାହିଁ । ଖଟିଆରେ ଗର୍ଭବତୀ କିମ୍ବା ରୋଗୀଙ୍କୁ ମେଡିକାଲକୁ ବୋହିକରି ନେବାକୁ ପଡିଥାଏ । ତେବେ ନିର୍ବାଚନ ଆସିଲେ ଏହି ଅପହଞ୍ଚ ଇଲାକାର ପାହାଡ ଚଢି ନେତାମାନେ ପ୍ରତିଶୃତିର ପୋତିପକାଉଥିବା ବେଳେ ନିର୍ବାଚନ ସରିଲେ ଅପହଞ୍ଚ ଏଠି ବିକାଶର ଚିତ୍ର । ଅନ୍ୟପଟେ ବାଲିନାଳ ଗ୍ରାମର ମୌଳିକ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ସୋରଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତିଶୃତି ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details