ଓଡିଶା

odisha

ETV Bharat / state

ଦିଗପହଣ୍ଡିରେ ତ୍ରିକୋଣୀୟ ମୁକାବିଲା

ଗଞ୍ଜାମ ଦିଗପହଣ୍ଡିରେ ତ୍ରିକୋଣୀୟ ମୁକାବିଲା। ଗୋଟିଏ ନିର୍ବାଚନ ମଣ୍ଡଳୀରେ ପୃଥକ ପୃଥକ ଭାବେ ଲଢିବେ ଶାସକ ବିଜେଡି, ବିରୋଧି ବିଜେପି ଏବଂ କଂଗ୍ରେସ।

By

Published : Mar 26, 2019, 6:47 AM IST

Updated : Mar 26, 2019, 7:59 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: 2019 ନିର୍ବାଚନରେ ଗଞ୍ଜାମ ଦିଗପହଣ୍ଡିରେ ଦେଖିବାକୁ ମିଳିବ ତ୍ରିକୋଣୀୟ ମୁକାବିଲା। ଶାସକ ବିଜେଡି, ବିରୋଧି ବିଜେପି ଏବଂ କଂଗ୍ରେସ ଗୋଟିଏ ନିର୍ବାଚନ ମଣ୍ଡଳୀରେ ପୃଥକ ପୃଥକ ଭାବେ ଲଢିବେ। ଚଳିତ ଥର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ବିଜେପି ଦଳର ପିଙ୍କି ପ୍ରଧାନ ଏବଂ କଂଗ୍ରେସର ପ୍ରଫୁଲ ପଣ୍ଡା ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ତେବେ ବିଜେପି ଦଳରୁ ଅଭିନେତ୍ରୀ ପିଙ୍କିଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ପିଙ୍କି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ବୋହୂ। ସେହିପରି କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ପ୍ରଫୁଲ ପଣ୍ଡା ସ୍ଥାନୀୟ ଅଞ୍ଚଳର ବାସିନ୍ଦା। ଯାହାକୁ ନେଇ ଚଳିତ ନିର୍ବାଚନ ବେଶ ରୋମାଞ୍ଚକ ହେବାକୁ ଯାଉଛି। ଅପରପକ୍ଷେ 2 ଦଳ ଆଶାୟୀ ହୋଇଥିବା ବେଳେ ବିଜେପି ଦଳରୁ ଆଶାୟୀ ରହିଥିବା ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ ସ୍ୱାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 26, 2019, 7:59 AM IST

For All Latest Updates

ABOUT THE AUTHOR

...view details