ଓଡିଶା

odisha

ETV Bharat / state

ନୂତନ ଟ୍ରାଫିକ ନିୟମକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସଚେତନତା - journalist

ନୂତନ ଟ୍ରାଫିକ ନିୟମକୁ ସେପ୍ଟେମ୍ବର ପହିଲାରୁ ଅଧିକ କଡାକଡି କରାଯାଇଥିବା ବେଳେ ଏହାକୁ ନେଇ ବୁଧବାର ରେଶମ ସହର ବ୍ରହ୍ମପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ସହ ସାଧାରଣ ଜନତାଙ୍କୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

By

Published : Sep 5, 2019, 3:43 AM IST

ବ୍ରହ୍ମପୁର: ନୂତନ ଟ୍ରାଫିକ ନିୟମକୁ ସେପ୍ଟେମ୍ବର ପହିଲାରୁ ଅଧିକ କଡାକଡି କରାଯାଇଥିବା ବେଳେ ଏହାକୁ ନେଇ ବୁଧବାର ରେଶମ ସହର ବ୍ରହ୍ମପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ସହ ସାଧାରଣ ଜନତାଙ୍କୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ସହରର ଟ୍ରାଫିକ ଥାନା ସମ୍ମୁଖରେ ଏକତ୍ରିତ ହୋଇଥିଲେ । ଆୟୋଜିତ ଏହି ମୋଟର ସାଇକେଲ ଶୋଭାଯାତ୍ରାକୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ଏହାପରେ ସ୍ଥାନୀୟ ଏମ୍.କେ.ସି.ଜି ମେଡିକାଲ ଛକ ନିକଟରେ ପହଞ୍ଚି ସାଧାରଣ ଜନତାଙ୍କୁ ଦୁଇ ଚକିଆ ଗାଡି ଚଲାଇବା ସମୟରେ ହେଲମେଟ ବ୍ୟବହାର କରିବା, ଟ୍ରାଫିକ ନିୟମ ପାଳନ ମାନିବା, ସିଟ୍ ବେଲ୍ଟ ପରିଧାନ କରିବା, ମଦ୍ୟପାନ କରି ଗାଡି ନଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନକରିବା, କମ୍ ବୟସର ପିଲାମାନଙ୍କୁ ଗାଡି ଚଳାଇବା ପାଇଁ ବାରଣ କରିବା ଭଳି ସଚେତନତା କରାଯାଇଥିଲା।

ଏଥିରେ ଅନ୍ୟତମ ଅତିଥି ରୂପେ ମହାନଗର ନିଗମର କମିଶନର ଚକ୍ରବତି ସିଂ ରାଠୋର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details