ଓଡିଶା

odisha

By

Published : Jun 19, 2021, 10:40 PM IST

ETV Bharat / state

କୋଭିଡରେ ନର୍ସିଂ ଅଫିସରଙ୍କ ମୃତ୍ୟୁ, ଦିଆଗଲା ଗାର୍ଡ ଅଫ୍ ଅନର

ହସ୍ପିଟାଲରେ କାର୍ଯ୍ୟରତ ନର୍ସିଂ ଅଫିସରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଦ୍ବାରା ନର୍ସିଂ ଅଫିସରଙ୍କୁ ଦିଆଗଲା ଗାର୍ଡ ଅଫ୍ ଅର୍ନର । ଅଧିକ ପଢନ୍ତୁ...

କୋଭିଡରେ ନର୍ସିଂ ଅଫିସରଙ୍କ ମୃତ୍ୟୁକୁ ମିଳିଲା ଗାର୍ଡ ଅଫ୍ ଅନର
କୋଭିଡରେ ନର୍ସିଂ ଅଫିସରଙ୍କ ମୃତ୍ୟୁକୁ ମିଳିଲା ଗାର୍ଡ ଅଫ୍ ଅନର

ବ୍ରହ୍ମପୁର: କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ନର୍ସିଂ ଅଫିସରଙ୍କ ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲରେ ମୃତ୍ୟୁ ଘଟିଛି । ମୃତକ ହେଲେ ୩୪ ବର୍ଷୀୟ ପ୍ରଭାବତୀ ବେହେରା । ସେ ଏମ୍. କେ. ସି. ଜି ର ଅସ୍ଥିଶଲ୍ୟ ବିଭାଗରେ କାର୍ଯ୍ୟ କରୁଥିଲେ । ସ୍ୱର୍ଗତ ପ୍ରଭାବତୀ ଗତ ୧୦ ଦିନ ଧରି ଜ୍ଵରରେ ପୀଡ଼ିତ ରହିଥିବା ବେଳେ ଗତ ଦୁଇ ଦିନ ତଳେ ତାଙ୍କୁ ଚିକିତ୍ସା ପାଇଁ ଏମ୍.କେ.ସି.ଜି କୋଭିଡ ହସପିଟାଲ-୨ ରେ ଭର୍ତ୍ତି କରାଯାଇଥିଲା ।

କୋଭିଡରେ ନର୍ସିଂ ଅଫିସରଙ୍କ ମୃତ୍ୟୁକୁ ମିଳିଲା ଗାର୍ଡ ଅଫ୍ ଅନର

ହେଲେ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିବା ପରେ ତାଙ୍କୁ ମେଡିକାଲ ପରିସରରେ ପୋଲିସ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଦିଆଯାଇଛି ଗାର୍ଡ ଅଫ୍ ଅନର ।

ଏହି ଅବସରରେ ଏମ୍. କେ. ସି. ଜିର ସମସ୍ତ ନର୍ସିଂ ଅଫିସରଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ । ଶେଷରେ ତାଙ୍କ ମର ଶରୀରର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details