ଓଡିଶା

odisha

ETV Bharat / state

ବ୍ୟାଙ୍କ ଜେନରେଟରରେ ଲାଗିଲା ନିଆଁ, କର୍ମଚାରୀ ସୁରକ୍ଷିତ

ବୁଗୁଡା ସହରରେ ଥିବା ଇଣ୍ଡିଆନ୍ ବ୍ୟାଙ୍କର ଜେନରେଟରରେ ଲାଗିଲା ନିଆଁ । ପ୍ରତିଦିନ ଭଳି ଆଜି(ଗୁରୁବାର) ମଧ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ବ୍ୟାଙ୍କ ଖୋଲାଯାଇଥିଲା । ଅଧିକ ପଢନ୍ତୁ...

The generator of bank caught fire
ବ୍ୟାଙ୍କର ଜେନେରେଟରରେ ଲାଗିଲା ନିଆଁ

By

Published : Jan 7, 2021, 4:01 PM IST

ଭଞ୍ଜନଗର: ବୁଗୁଡା ସହରରେ ଥିବା ଇଣ୍ଡିଆନ୍ ବ୍ୟାଙ୍କର ଜେନରେଟରରେ ଲାଗିଲା ନିଆଁ । ପ୍ରତିଦିନ ଭଳି ଆଜି(ଗୁରୁବାର) ମଧ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ବ୍ୟାଙ୍କ ଖୋଲାଯାଇଥିଲା । ବ୍ୟାଙ୍କ ଖୋଲିବାର ଠିକ୍ ଘଣ୍ଟାଏ ପରେ ସମୟ 11 ଟା ବେଳେ ବିଜୁଳି କଟିଯାଇଥିଲା । ବିଜୁଳି ଚାଲିଯିବା ପରେ ବ୍ୟାଙ୍କରେ ଥିବା ଜେନରେଟର ଷ୍ଟାର୍ଟ କରିଥିଲେ ଇଣ୍ଡିଆନ ବ୍ୟାଙ୍କର କର୍ମଚାରୀ । ଜେନରେଟର ଚାଲୁ କରାଯାଉଥିବା ସମୟରେ ଜେନରଟରରୁ ନିଆଁ ବାହାରି ଥିଲା ।

ବ୍ୟାଙ୍କର ଜେନେରେଟରରେ ଲାଗିଲା ନିଆଁ

ନିଆଁ ଲାଗି ଯାଇଥିବା ଖବର ବଜାରରେ ପ୍ରସାରିତ ହେବାପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା । ଏହାପରେ ଅଗ୍ନିଶମ ବିଭାଗକୁ ଫୋନ ଦ୍ଵାରା ଜଣାଇଥିଲେ କର୍ମଚାରୀ । ଅଗ୍ନିଶମ ବାହିନୀ ପହଁଞ୍ଚିବା ବେଳକୁ ନିଆଁ ସମ୍ପୂର୍ଣ୍ଣ ଜେନରେଟରରେ ଲାଗି ପୋଡି ଯାଇଥିବା ବେଳେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ କିନ୍ତୁ ବ୍ୟାଙ୍କର କୌଣସି ଗ୍ରାହକଙ୍କ କ୍ଷତି ହୋଇନଥିବା ଦେଖିବାକୁ ମିଳିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details