ବ୍ରହ୍ମପୁର:ବ୍ରହ୍ମପୁର ସହର ନିକଟସ୍ଥ ସଦର ଥାନା ଅନ୍ତର୍ଗତ ଝାଡ଼ାଙ୍କୁଲି ଗ୍ରାମରେ ଗୋଟିଏ ପରିବାରର ବାପା ଓ ପୁଅକୁ ସଂଘବଦ୍ଧ ଭାବରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମର ମୁଖ୍ୟରାସ୍ତା ଉପରେ ହିଁ ଦୁର୍ବୃତ୍ତମାନେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ ।
ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ବାପା ଓ ପୁଅଙ୍କୁ ଏମ୍ .କେ.ସି.ଜି ମେଡିକାଲକୁ ନିଆଯାଇଥିବା ବେଳେ ବାପା କୋରା ସେଠୀଙ୍କ ମୃତ୍ୟୁ ଘଟିଛି । ପୁଅ ପ୍ରଶାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।